Advertisment

ଟ୍ରେନ୍‌ ଗଡ଼ିବା ପରେ ହାତ ଯୋଡ଼ି ମୁଣ୍ଡିଆ ମାରିଲେ, କାନ୍ଦି ପକାଇଲେ ରେଳ ମନ୍ତ୍ରୀ...

ଟ୍ରେନ୍‌ ଟ୍ରାକ୍‌ରେ ଗଡ଼ିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହାତ ଯୋଡ଼ି ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ଗଣମାଧ୍ୟକୁ ପ୍ରତିକ୍ରିୟା ଦେବାବେଳେ ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ।

ଅଦ୍ୟତନ ହୋଇଛି
Union Railway Minister Ashwini Vaishnaw

Union Railway Minister Ashwini Vaishnaw Gets Emotional After Train Resumption In Balasore

Advertisment

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌। ୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ ପରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକରେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରିଛି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାମ ସାରିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାହୀ କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ତେବେ ଟ୍ରେନ୍‌ ଟ୍ରାକ୍‌ରେ ଗଡ଼ିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହାତ ଯୋଡ଼ି ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଥିଲା। ଏଭଳି ଭୟଙ୍କର ଦୁର୍ଘଟଣା ପୁଣି ଆଉ ନଘଟୁ ବୋଲି ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲେ। ଖାଲି ଏତିକି ନୁହେଁ ଗଣମାଧ୍ୟକୁ ପ୍ରତିକ୍ରିୟା ଦେବାବେଳେ ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ।

ଅଧିକ ପଢ଼ନ୍ତୁ: NDRF ଓ ODRAF ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ

ଭାବବିହ୍ୱଳ ହୋଇ ରେଳ ମନ୍ତ୍ରୀ କହିଥିଲେ, ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି। ଏବେବି ଆମ ଦାୟିତ୍ୱ ଶେଷ ହୋଇନାହିଁ। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଫଳ ହୋଇପାରିଲା ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏତେ ବଡ଼ ଭୟଙ୍କର ଦୁର୍ଘଟଣା ପଛରେ ଯାହାର ବି ହାତ ରହିଛି ତାଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ରେଳ ମନ୍ତ୍ରୀ।

Advertisment
Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ