• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ବାଘ ଛୁଆର ନାମ ହିମାଂଶୀ ଓ ସିଂହ ଛୁଆର ନାମ କାମିନୀ ରଖିଛନ୍ତି । ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ଜୁ କିପର ହେମନ୍ତ ଓ ପ୍ରଶାନ୍ତ ମା ଭଳି ପାଳନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନନ୍ଦନକାନନ ପରିଦର୍ଶନ ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚିଡ଼ିଆଖାନାକୁ ଭୁୟସୀ ପ୍ରଶଂସା କରିବା ସହ ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି ଅଭିହିତ କରିଛନ୍ତି । ନନ୍ଦନକାନନ ପଶୁ ଚିକିତ୍ସାଳୟ ବୁଲି ଚିକିତ୍ସାଧୀନ ଚିତା ବାଘ ମଞ୍ଜୁକୁ ଦେଖିବା ସହ ଡାକ୍ତର ଓ ଚିଡ଼ିଆଖାନା ରକ୍ଷକଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେହିପରି ନନ୍ଦନକାନନ ପରିଦର୍ଶନ ବେଳେ ଚୌବେ ବର୍ଷକର ସିଂହ ଛୁଆ ବର୍ଷା ଓ ପାଙ୍ଗୋଲିନ ଟ୍ରେନିଂ ସେଣ୍ଟର ବୁଲି ଦେଖିଛନ୍ତି । ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଚୌବେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା ଭାବେ ବିକାଶ ଲାଗି ଯାହା କିଛି ଆର୍ଥିକ ତଥା ମଞ୍ଜୁରିଗତ ସହାୟତା ଆବଶ୍ୟକ ଯୋଗାଇଦେବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ନନ୍ଦନକାନନ ଉପ ନିର୍ଦ୍ଦେଶକ ଡର ସଞ୍ଜିତ କୁମାର କହିଛନ୍ତି, ନନ୍ଦନକାନନ ସମ୍ପ୍ରସାରଣ ଲାଗି ନିକଟରେ ରାଜ୍ୟ ସରକାର ଚୁଡାଙ୍ଗ ଅଞ୍ଚଳରେ ୬୦୯ ହେର ଜମି ଯୋଗାଇ ଦେଇଛନ୍ତି । ଏବେ ନନ୍ଦନକାନନ ୪୩୭ ହେକ୍ଟର ଜମିରେ ଅବସ୍ଥିତ । ନନ୍ଦନକାନନ ସମ୍ପ୍ରସାରଣ ଲାଗି ଚଳିତ ବର୍ଷ ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ ଓ ଦଶ ବର୍ଷ ମଧ୍ୟରେ ନନ୍ଦନକାନନ ବିକାଶ କାର୍ଯ୍ୟ ସରିବ ।