Advertisment

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ଆଉ ଏତେ ବର୍ଷ ଚାଲିବ ବୋଲି ବାବା ଭେଙ୍ଗାଙ୍କ ପୂର୍ବାନୁମାନ

ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।

author-image
Pramod Behera
ଅଦ୍ୟତନ ହୋଇଛି
Russia Ukraine Conflict

Ukraine war prediction reduces Russian soldiers wife to tears

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଚଳିତ ବର୍ଷ ଫେବୃଆରୀ ୨୨ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ବର୍ତ୍ତମାନ, ଏହି ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଯଦି ବୁଲଗେରିଆର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ, ତେବେ ଏହି ଯୁଦ୍ଧ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏଭଳି ପରିସ୍ଥିତିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଅନିଶ୍ଚିତତାର ପରିବେଶ ଦେଖାଦେଇଛି। ଏହି ସମୟ ମଧ୍ୟରେ ଜଣେ ରୁଷୀୟ ସୈନିକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏକ ଫୋନ୍ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ୍ ଭାଇରାଲ୍ ହେଉଛି।

Advertisment

ଏହି ଅଡିଓ କ୍ଲିପ୍ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଅପଲୋଡ୍ ହୋଇଛି। ଏହି ବାର୍ତ୍ତାଳାପରେ ଉଭୟ କହୁଛନ୍ତି ଯେ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ପରସ୍ପରକୁ ଭେଟି ପାରିବେ ନାହିଁ। ସୈନିକ ତାଙ୍କ ପତ୍ନୀଙ୍କୁ କହିଛନ୍ତି ଯେ ସେ ଏବେ ଘରକୁ ଆସି ପାରିବେ ନାହିଁ। କ୍ଲିପ୍‌ରେ ଉଭୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ ଆଲୋଚନା କରୁଛନ୍ତି। ଏହା ପରେ ପତ୍ନୀ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ।

ଅଡିଓରେ ସୈନିକ ଜଣଙ୍କ ତାଙ୍କ ପତ୍ନୀଙ୍କୁ କହୁଛନ୍ତି ଯେ 'ବାବା ଭଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ ଏହି ଯୁଦ୍ଧ ୨୦୨୪ ପର୍ଯ୍ୟନ୍ତ ଚାଲିବ। ଗତକାଲି ମୁଁ ଭାବୁଥିଲି - ମୁଁ ତୁମକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଦେଖି ପାରିବି ନାହିଁ।’ ଏହା ପରେ ତାଙ୍କ ପତ୍ନୀ କହୁଛନ୍ତି ଯେ ‘ମୁଁ ରହି ପାରିବି ନାହିଁ।’ ଏହା କହି ସେ କାନ୍ଦି ପକାନ୍ତି। ସ୍ୱାମୀ ତାଙ୍କୁ ଚୁପ୍ କରାନ୍ତି।

Advertisment

ପ୍ରକାଶଥାଉ ଯେ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଭବିଷ୍ୟବାଣୀ ପ୍ରାୟ ସତ୍ୟ ପ୍ରମାଣିତ ହୋଇଛି। ଯେପରିକି ୯/୧୧ ଆକ୍ରମଣ, କରୋନା ଭାଇରସ୍ ଆକ୍ରମଣ ଏବଂ ପରେ ଋଷ-ୟୁକ୍ରେନ ଯୁଦ୍ଧ। କେବଳ ଏତିକି ନୁହେଁ, ସେ ତାଙ୍କ ମୃତ୍ୟୁ ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିଲେ ଯାହା ସତ ବୋଲି ପ୍ରମାଣିତ ହୋଇଥିଲା। କୁହାଯାଏ ଯେ ବାବା ଭେଙ୍ଗା ମୃତ୍ୟୁ ପୂର୍ବରୁ ପାଞ୍ଚ ହଜାରରୁ ଅଧିକ ଭବିଷ୍ୟବାଣୀ କରିଥିଲେ। କେତେକ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ପୂର୍ବାନୁମାନର ୮୫ ପ୍ରତିଶତ ସତ ହୋଇଛି।

Russia-Ukraine War OMG Video
Advertisment
Advertisment