/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697695022.jpg)
tragic story
ପାଣି ଡେକ୍ଚିରେ ପଡ଼ି ଶିଶୁ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଦେହୁରୀସାହିରେ । ବିବେକାନନ୍ଦ ବେଉରା ଓ ଶୁଭସ୍ମିତା ବେଉରାଙ୍କ ଦୁଇ ବର୍ଷର ସାନ ଝିଅ ନଵ୍ୟ ନିବେଦିତା ଘରେ ଖେଳୁଥିବା ବେଳେ ଅସାବଧାନତାରୁ ପାଣି ଡେକଚିରେ ପଡ଼ି ଯାଇଥିଲା । ଏଥିରେ ତା’ର ମୃତ୍ୟୁ ହୋଇଛି ।
#ପାଣି_ଡେକ୍ଚିରେ_ପଡ଼ି_ଶିଶୁ_ମୃତ
ରେଢ଼ାଖୋଲ: ପାଣି ଡେକ୍ଚିରେ ପଡ଼ି ୨ ବର୍ଷର ଶିଶୁକନ୍ୟା ମୃତ । ରେଢ଼ାଖୋଲ ଏନ୍ଏସି ଦେହୁରୀ ସାହିରେ ଅଭାବନୀୟ ଘଟଣା । ଅସାବଧାନତାରୁ ଶିଶୁକନ୍ୟା ପାଣି ଡେକ୍ଚିରେ ପଡ଼ି ଯାଇଥିଲା । #Redhakhol#Odisha#OTVpic.twitter.com/p1WgH4gebc— ଓଟିଭି (@otvkhabar) October 19, 2023
ସୂଚନା ଅନୁସାରେ ଆଜି ସକାଳେ ବିବେକାନନ୍ଦ ବେଉରାଙ୍କ ସାନ ଝିଅ ନଵ୍ୟନିବେଦିତା ଘରେ ଖେଳୁଥିଲା । ଏହି ସମୟରେ ପରିବାର ଲୋକେ କାମରେ ବ୍ୟସ୍ତ ଥିଲେ । ଅସାବଧାନତା ହେତୁ ପିଲାଟି ଘରେ ଥିବା ବଡ଼ ପାଣି ଡେକଚିରେ ପଡ଼ି ଯାଇଥିଲା । ପରିବାର ଲୋକେ ଝିଅକୁ ନ ପାଇବାରୁ ବହୁତ ଖୋଜିଖୋଜି କରିଥିଲେ। ସାହି, ପଡ଼ିଶା ମଧ୍ୟ ଚାରିଆଡେ ଖୋଜାଖୋଜି କରିଥିଲେ।
ହେଲେ ଝିଅକୁ ପାଇନଥିଲେ । ପରେ ଘରେ ଥିବା ପାଣି ହାଣ୍ଡିରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ତୁରନ୍ତ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)