Advertisment

ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ: ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା...ସମସ୍ତେ ସବୁ କିଛି ଦେଖି ଚୁପ୍‌

ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
two women naked and walked on road in Sundargarh

two women naked and walked on road in Sundargarh

ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ଉଭୟ ମହିଳା ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ଆଗକୁ ପାଦ ପକାଇ ଚାଲିଥିଲେ। ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ। ବରଂ ସମସ୍ତେ  ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ସତେ ଯେମିତି ମାନବିକତା ମରି ଯାଇଛି। ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

Advertisment

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ରାସ୍ତାାରେ ଟ୍ରକ୍‌, ଅଟୋ, ବସ୍ ଯା’ଆସ କରୁଥିଲା। ଗାଡ଼ିକୁ କିଛି ସମୟ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପ୍‌ଚାପ୍‌ ହୋଇ ଯେଝା ବାଟରେ ଯିଏ ପଳାଉଥିଲେ। ହେଲେ କେହିବି ୨ ମହିଳାଙ୍କର ଲଜ୍ଜା ନିବାରଣ ପାଇଁ ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ  ସାମିଲ ହେବାକୁ  ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖି ବିଧାୟିକା କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୋଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମା ଦେଇଥିଲେ।

Advertisment

ଏଠାରେ ପ୍ରଶ୍ନ ଉଠୁଛି ପ୍ରାୟ ୨୭ ଓ ୪୫ ବର୍ଷର ଏହି ଦୁଇ ମହିଳା କେଉଁଠୁ ଆସିଲେ ? କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏଭଳି ଅବସ୍ଥାରେ କିଏ ଛାଡ଼ିଲା ? ସେମାନଙ୍କ ପରିଚୟ କ’ଣ ସେ ସମ୍ପର୍କରେ କିଛି ଜଣାପଡ଼ିନି।

Advertisment
Advertisment