• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି । ଗତ କାଲି ବିଳମ୍ବିତ ରାତିରେ ଘରେ ଶୋଇ ଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ମୃତକ ଦୁଇ ଜଣ ହେଲେ ୧୦ ବର୍ଷର ଝିଅ ଯଶୋଦା ସିଂହ ଓ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର ସିଂହ ।

ତେବେ ମାଆ ତୁଳସୀ ଓ ତାଙ୍କ ସାନ ପୁଅ ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି । ବର୍ଷା ଯୋଗୁ ମାଟି କାନ୍ଥ ଓଦା ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ମାଆ ତୁଳସୀ କହିଛନ୍ତି ଯେ, ରାତିରେ ଶୋଇଲା ବେଳେ ହଠାତ୍‌ ମାଟି କାନ୍ଥ ଭୁଶୁଡି ପଡ଼ିଥିଲା । ସେ ନିଜର ଗୋଟିଏ ସନ୍ତାନକୁ ନେଇ ଘରୁ ବାହାରି ପଡ଼ିଥିଲା ବେଳେ ଅନ୍ୟ ଦୁଇଟି ଛୁଆଙ୍କୁ ବଞ୍ଚାଇ ପାରିନଥିଲେ । ଗ୍ରାମବାସୀ ମଧ୍ୟ ଆସି ତାଙ୍କୁ ସାହାଯ୍ୟ କରିଥିବାର ସେ କହିଛନ୍ତି ।