Advertisment

ପୁଣି ଗଲା ହାତୀଙ୍କ ଜୀବନ: ବିଦ୍ୟୁତ୍‌ ତାର ଲାଗି ୨ ହାତୀ ମୃତ

କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା।

Two Elephants Die After Coming In Contact With Electric Wire In Keonjhar

Two Elephants Die After Coming In Contact With Electric Wire In Keonjhar

Advertisment

ପୁଣି ହାତୀ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜରେ ବିଦ୍ୟୁତ୍‌ ତାର ଲାଗି ୨ ହାତୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା। 

Advertisment

ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିପରି ଓ କେଉଁ ପରିସ୍ଥିତିରେ ହାତୀ ୨ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲେ ସେନେଇ ଖୋଳତାଡ଼ ଚାଲିଛି। 

ସୂଚନାଥାଉ କି, ଗତ ଜୁଲାଇ ୨୯ରେ ଚିକିତ୍ସାଧୀନ ଅବସ୍ଥାରେ କଟକ ନରସିଂହପୁର ଗୁଳିବିଦ୍ଧ ହାତୀର ମୃତ୍ୟୁ ହୋଇଥିଲା। ଗତ ଜୁଲାଇ ମାସ ୨୬ ତାରିଖରେ ହାତୀଟି କଟକ ନରସିଂହପୁର ଜଙ୍ଗଲରେ ଲଗାତାର ୩/୪ ଦିନ ଧରି ଇତସ୍ତତଃ ହୋଇ ଘାଇଲା ଅବସ୍ଥାରେ ବୁଲୁଥିଲା । ନରସିଂହପୁର ପଶ୍ଚିମ ରେଂଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀ ଠାବ କରାଯାଇଥିଲା ।ବନ ବିଭାଗ ଗୁଳିବିଦ୍ଧ ହାତୀକୁ ଠାବ କରି ଚିକିତ୍ସା ଆରମ୍ଭ କରିଥିଲା । ଯାହା ପରେ ହାତୀ ଦେହରେ ୫ଟି ଗୁଳି ଲାଗିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଥିଲେ ।

Advertisment

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟ କହୁଛି, ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯ଶହ ୭୬ଟି ହାତୀ ଥିଲେ। ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କ ଜୀବନ ଯାଇଛି। ୧୪ ହାତୀ ଶୀକାରି ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ୍‌ ଧକ୍କାରେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ କାରଣରୁ ଯାଇଛି ୮୫ ହାତୀଙ୍କ ଜୀବନ। ତେବେ ୪୭ ହାତୀଙ୍କ ମୃତ୍ୟୁର କାରଣ ଖୋଜି ପାଉନି ବନ ବିଭାଗ।

ଏତେ ସଂଖ୍ୟାକ ହାତୀ ମୃତ୍ୟୁକୁ ନେଇ ବନ ବିଭାଗକୁ ବିଶେଷଜ୍ଞ ଦାୟୀ କରିଛନ୍ତି। ବିଭାଗରେ ମାତ୍ରାଧିକ ଦୁର୍ନୀତି କାରଣରୁ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର। ହାତୀ ମୃତ୍ୟୁ ପାଇଁ ବିଭାଗକୁ ଉତ୍ତରଦାୟୀ ରଖାଯିବା ଓ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Advertisment
Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ