/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659102338.jpg)
Elephant Death
ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ । ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାକୁ ବଞ୍ଚାଇବା ଲାଗି ହାତୀର ଚିକିତ୍ସା ଜାରି ରଖିଥିଲା ବନ ବିଭାଗ ।
ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା ଚାଲିଥିଲା । କିନ୍ତୁ ଅସୁସ୍ଥ ହାତୀଟି ଖାଦ୍ୟ ଗ୍ରହଣ କରୁ ନଥିବାରୁ ଡାକ୍ତରୀ ଟିମ୍ର ଚିନ୍ତା ବଢିଯାଇଥିଲା । ଦିନକୁ ଦିନ ଅଧିକ ଗୁରୁତର ହେଉଥିଲା ହାତୀ । ଆଜି ସକାଳେ ହାତୀଟି ସାମାନ୍ୟ ଫଳମୂଳ ଗ୍ରହଣ ପରେ କରିବା ପରେ ଆଉ କିଛି ଖାଇ ନଥିଲା । ତେଣୁ ହାତୀକୁ ସାଲାଇନ ଲଗାଯାଇଥିଲା ।
ଦନ୍ତା ଦେହରେ ୫ଟି ଗୁଳି ବାଜିଥିଲା । ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ତିନି ଦିନ ପୂର୍ବେ ନରସିଂହପୁର ପୂର୍ବ ରେଞ୍ଜର ବ୍ରାହ୍ମଣୀ ବିଟ୍ ଅଞ୍ଚଳରେ ହାତୀଟି ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାର କିଛି ଦିନ ପୂର୍ବରୁ ସେହି ନରସିଂହପୁର ଜଙ୍ଗଲରେ ଶୀକାରୀ ଗୁଳିରେ ଆହତ ହୋଇଥିବା ଆଉ ଏକ ହାତୀର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)