/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666362139.jpg)
Traffic police fined a police employee for wearing wrong helmet
ଟ୍ରାଫିକ ପୋଲିସର କାମ ନିଆରା ହୋଇଥାଏ। ରାସ୍ତାରେ ଆମର ସୁରକ୍ଷା ପାଇଁ ସେମାନେ ସବୁବେଳେ ସଜାଗ ରୁହନ୍ତି। ଯଦି କେହି ରାସ୍ତା ନିୟମ ନ ମାନେ ଦଣ୍ଡ ସ୍ୱରୂପ ସେମାନଙ୍କ ନାଁରେ ଚାଲାଣ କାଟି ସେମାନଙ୍କୁ ନିଜ କର୍ତ୍ତବ୍ୟ ପାଳନ ବିଷୟରେ ସଚେତନ କରନ୍ତି।।
ଟ୍ରାଫିକ ନିୟମ ଆଗରେ ସମସ୍ତେ ସମାନ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁହେବା ଜରୁରୀ। ସେହିଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ବାଙ୍ଗାଲୋରର ଜଣେ ଟ୍ରାଫିକ ପୋଲିସ ଅନ୍ୟ ଜଣେ ପୋଲିସର ଚାଲାଣ କାଟୁଛନ୍ତି।
ସେହି ପୋଲିସ କର୍ମଚାରୀଙ୍କ ଏକମାତ୍ର ଭୁଲ୍ ଥିଲା ଯେ ସେ ଠିକଭାବେ ହେଲ୍ମେଟ୍ ପିନ୍ଧି ନଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଏହା ଦେଖିବାକୁ ମିଳେ ଯେ ପୋଲିସ ଜଣକ ଅଧା ହେଲ୍ମେଟ୍ ପିନ୍ଧି ସ୍କୁଟି ଚଳାଉଥିଲେ।
Good evening sir
half helmet case booked against police
Tq pic.twitter.com/Xsx5UA40OY— R T NAGAR TRAFFIC BTP (@rtnagartraffic) October 17, 2022
ଏହି ଫଟୋଟି ସୋସିଆଲ ମିଡିଆରେ RT Nagar Traffic ୟୁଜର୍ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ଏହି ଫଟୋ ସହିତ ଏକ କ୍ୟାପସନ୍ ମଧ୍ୟ ଲେଖାଯାଇଛି। ଏହି କ୍ୟାପସନ୍ରେ ଲେଖାଯାଇଛି, “ଶୁଭ ସନ୍ଧ୍ୟା। ଅଧା ହେଲ୍ମେଟ୍ ପିନ୍ଧିଥିବାରୁ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”
ତେବେ ଲୋକମାନେ ଟ୍ରାଫିକ୍ ପୋଲିସ୍ଙ୍କ ଏହି ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ଉପଭୋକ୍ତା ଏହା ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି – ‘ଏହା ସାଧାରଣ ଲୋକଙ୍କ ପାଇଁ ଠିକ୍।’ ଅନ୍ୟ ଜଣେ ଉପଭୋକ୍ତା ‘ବହୁତ ଭଲ ପଦକ୍ଷେପ’ ବୋଲି ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)