/odishatv-khabar/media/post_attachments/uploadimage/library/16_9/16_9_0/____1700624507.jpg)
Traffic ASIs cannot collect fines issue e challans in odisha
ଗାଡ଼ି ଚାଳକଙ୍କ ଠାରୁ କୌଣସି ଚାଲାଣ କିମ୍ବା ଜରିମାନା ଆଦାୟ କରିପାରିବେନି ଟ୍ରାଫିକ୍ ASI । ଟ୍ରାଫିକ ASIଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜରିମାନା ଆଦାୟ ନିଷ୍ପତ୍ତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି।
ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ASI ମାନେ ମଧ୍ୟ ଜରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ । ଗତ ସେପ୍ଟେମ୍ୱର ୧୩ରେ ରାଜ୍ୟ ପରିବହନ ପ୍ରାଧିକରଣ(STA) ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲା ।
ତେବେ ଗତକାଲି ଏହାକୁ ପ୍ରତ୍ୟାହାର କରାଯାଇଥିବା ଉଲ୍ଲେଖ କରି, ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖା ଯାଇଛି।
#ଚାଲାଣ_କାଟିବେନି_ଟ୍ରାଫିକ୍_ASI
ଗାଡ଼ି ଚାଳକଙ୍କ ଠାରୁ କୌଣସି ଚାଲାଣ କିମ୍ବା ଜରିମାନା ଆଦାୟ କରିପାରିବେନି ଟ୍ରାଫିକ୍ ASI। ଟ୍ରାଫିକ ASIଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜରିମାନା ଆଦାୟ ନିଷ୍ପତ୍ତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି....#TrafficRule#OdishaPolice#Odisha#OTVpic.twitter.com/gDeNPKpAQA— ଓଟିଭି (@otvkhabar) November 22, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)