Advertisment

ଗାଁକୁ ଫେରିଲେ ପଦ୍ମଶ୍ରୀ ନନ୍ଦସାରଙ୍କୁ କରାଯିବ ଜୋରଦାର ସ୍ୱାଗତ

ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ନନ୍ଦ ସାରଙ୍କୁ କଲେ ସମ୍ମାନିତ, ଗାଁକୁ ଫେରୁଛନ୍ତି ନନ୍ଦ ସାର୍‌

author-image
Sarbeswar
ଅଦ୍ୟତନ ହୋଇଛି
Nanda Sir

Nanda Sir

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗାଁର ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ନନ୍ଦ ସାରଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସିଛନ୍ତି।

Advertisment

ଯାହାକୁ ନେଇ ଜିଲ୍ଲା କି ରାଜ୍ୟ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଚାଲିଛି। ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଈଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରିଥିଲେ।

ତେବେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କୁ ସମ୍ମାନିତ କରିବା ପାଇଁ ଯେତେବେଳେ ନାଁ ଘୋଷଣା କରାଯାଇଥିଲା ସମଗ୍ର କନ୍ତିରା ଗାଁରେ ଲୋକେ ଟିଭିକୁ ଚାତକ ପରି ଅନାଇଥିବା ଆଜି ଗ୍ରାମବାସୀ ଓ ପରିବାର ସଦସ୍ୟ ମାନେ ନିଜର ପତିକ୍ରିୟାରେ କହିଛନ୍ତି। ସେପଟେ ଆସନ୍ତାକାଲି ପଦ୍ମଶ୍ରୀ ନନ୍ଦ ପୃଷ୍ଟି ରାଜଧାନୀ ଏକ୍ସପ୍ରେସରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଆଜିଠାରୁ ସମଗ୍ର ଅଂଚଳରେ ତାଙ୍କୁ ସ୍ୱାଗତ କରିବାକୁ ଅନେଇ ବସିଥିବା ଗ୍ରାମବାସୀ କହିଛନ୍ତି।

Advertisment
Padma Shri Nanda Sir
Advertisment
Advertisment