Tomato Price Hike
ସେଞ୍ଚୁରି ମାରିଲା ଟମାଟୋ କିଲୋ । ଏବେ ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି । ବଜାରରେ କିଏ ୧୦୦ ଟଙ୍କାରେ ବିକୁଛି ତ ଆଉ କିଏ ୧୨୦ରେ ବିକୁତିବାର ଦେଖିବାକୁ ମିଳିଛି । ଫଳରେ ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଯାହାର କିଲେ ଦରକାର, ସେ ଅଢେଇଶ ନେଇ କାମ ଚଳାଇ ଦେଉଛି ।
Advertisment
ଆଜି ଭୁବନେଶ୍ୱର ୧ ନମ୍ବର ମାର୍କେଟ ଓ କଟକ ଛତ୍ରବଜାରରେ ଟମାଟୋ କେଜି ୧୦୦ରୁ ୧୧୦ ଟଙ୍କାରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଟମାଟୋ ସାଧାରଣତଃ ନାସିକ୍ ଓ ରାୟପୁରରୁ ଆସିଥାଏ । ତେବେ ବାତ୍ୟା ଭୟରେ ଭୁବନେଶ୍ୱରକୁ ଯୋଗାଣ ବନ୍ଦ ହୋଇଥିବାରୁ ଦର ବଢିଥିବା କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)