/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646537988.jpg)
Distress Sale
କୃଷି ଏବଂ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଯୋଜନା ବାଟବଣା ଯୋଗୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଶୀତଳ ଭଣ୍ଡାର ଏବଂ ଉପଯୁକ୍ତ ବଜାର ଦର ନଥିବାରୁ ବିଲାତି ବାଇଗଣକୁ ମାତ୍ର କିଲୋ ପିଛା ୨ଟଙ୍କାରେ ବିକ୍ରି କରୁଛି ଚାଷୀ । କେନ୍ଦୁଝରର ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ଶିକାର ନେଇ ଅଭିଯୋଗ ହୋଇଛି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ, ହାତିବନ୍ଧା, ସାଳବଣି ଆଦି ଗାଁ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାର କରଜ କରି ଏକର ଏକର ଜମିରେ କରିଥିଲେ ଟୋମାଟୋ ଚାଷ । ସାର, କୀଟନାଶକ ଔଷଧ ବାବଦରେ ଖର୍ଚ୍ଚ ବି କରିଥିଲେ । ହେଲେ ଯେଉଁ ଦରରେ ବିଲାତି ବିକ୍ରି ହେଉଛି, ଲାଭ ତ ଦୂରର କଥା, ଖର୍ଚ୍ଚ ମଧ୍ୟ ଉଠିବନି । ବିଲରେ ଧାଡି ଧାଡି ହୋଇ ରହିଛି ଟୋମାଟୋ ଟ୍ରେ, ବିଲାତି ବାଇଗଣ ଗୋଟିଏ ଟ୍ରେ । ତୋଳିବା ପାଇଁ ଖର୍ଚ୍ଚ ହେଉଛି ୩୦ ଟଙ୍କା । ହେଲେ ଟ୍ରେ ପିଛା ବିକ୍ରି ହେଉଛି ମାତ୍ର ୫୦ରୁ ୬୦ଟଙ୍କା । ଗୋଟିଏ ଗୋଟିଏ ଟ୍ରେରେ ରହୁଛି ୨୫ରୁ ୨୮ କିଲୋ ଟୋମାଟୋ ଅର୍ଥାତ କିଲୋ ପ୍ରତି ପ୍ରାୟ ୨ ଟଙ୍କା ହିସାବରେ ବିକ୍ରି କରୁଛି ଚାଷୀ । ଏମିତି ଅଭାବି ବିକ୍ରିର ଶିକାର ହୋଇଛନ୍ତି ।
ଧାର କରଜ କରି ଏକର ଏକର ଜମିରେ ଟୋମାଟୋ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଚାଷ ପାଇଁ କରିଥିବା ଋଣ କିପରି ସୁଝିବେ, ସେନେଇ ଆଶା ଆଶଙ୍କାରେ ଚାଷୀ । ତେଣୁ ଆନନ୍ଦପୁର ଉପଖଣ୍ଡରେ ଶୀତଳ ଭଣ୍ଡାରର ସୁବିଧା ପାଇଁ ଚାଷୀମାନେ ଦାବି ଉଠାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)