Advertisment

ଆକାଶଛୁଆଁ ପରିବା ଦର; ଟମାଟୋ ନାଁ ଶୁଣିଲେ ଗ୍ରାହକ ଛାନିଆ

ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି ।

author-image
Manoranjan Behera
Tomato Price Hike

Tomato Price Hike

ଟମାଟୋ ନାଁ ଶୁଣିଲେ ଏବେ ଯେମିତି ମନରେ ଛନକା ପଶିଯାଉଛି । ବଜାରରେ ମିଳୁଛି ସତ କିନ୍ତୁ ହାତ ମାରିବାକୁ ଡରୁଛନ୍ତି ଲୋକେ । କାରଣ ଦର ଏତେ ଯେ, ଟମାଟୋ କିଣିବା ମୁସକିଲ୍ ହୋଇପଡ଼ିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁରଠୁ ଆରମ୍ଭ କରି ରାଜ୍ୟ ସାରା ଏବେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି । ଖାଲି ରାଜ୍ୟରେ ନୁହେଁ ଦେଶର ବିଭିନ୍ନ ସହରରେ ବି ଟମାଟୋ ଦର ଏବେ ୧୦୦ ଉପରେ ।

Advertisment

ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି । ଭୁବନେଶ୍ୱରରେ ବିନସ ୨୨୦, ଝୁଡ଼ଙ୍ଗ ୧୫୦, ପୋଟଳ ୬୦ ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱରରେ ୯୦ ଟଙ୍କା ରହିଛି ଟମାଟୋ, କଲରା ୮୦ ଟଙ୍କାରେ ବିକ୍ରି ହେଉଛି । ଜୟପୁର ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ ପରିବା ଦର ଦେଖି ଲୋକେ ଛାନିଆ ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କା ପାର୍‌ କରିଛି। ଟମାଟୋ ଦର ବୃଦ୍ଧି ପାଇଁ ଯୋଗାଣ ମନ୍ତ୍ରୀ ବର୍ଷାକୁ ଦୋଷ ଦେଇଛନ୍ତି। ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘ଲଗାଣ ବର୍ଷା ଯୋଗୁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡ଼ିଛି। ଓଡ଼ିଶାକୁ ବିଶେଷ କରି ବେଙ୍ଗାଲୁରୁରୁ ଟମାଟୋ ଆସିଥାଏ। ଏହା ଭିତରେ ସ୍ଥିତିରେ କିଛିଟା ପରିବର୍ତ୍ତନ ହେବାର ଆଶା କରୁଛୁ’।

Advertisment

ସୂଚନାଥାଉ କି, ମାସକ ପୂର୍ବେ ଟମାଟୋ ଦର ଥିଲା ମାତ୍ର ୨୦ ଟଙ୍କା। ସପ୍ତାହେ ତଳେ ୫୦ ଟଙ୍କା। ଆଉ ଏବେ ସିଧା ସେଞ୍ଚୁରୀ ପାର୍। ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଯେଉଁଠି ଲୋକେ କିଲେ କି ଦୁଇ କିଲୋ କିଣି ନେଉଥିଲେ, ଏବେ ଅଢେଇ ଶହରୁ ବି ଅଧିକ କିଣିବାକୁ ଇଚ୍ଛା କରୁନାହାନ୍ତି।

Tomato Price Hike Tomato Price
Advertisment
Advertisment