• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୃଷି କ୍ଷେତ୍ରରେ ଦିନକରେ ଫାଇଦା ମିଳେନି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଚାଷୀଙ୍କ ଆୟ ବଢୁ ନଥିବା ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର । ସେ କହିଛନ୍ତି ସାରା ଦେଶରେ ଚାଷୀ ଆୟ ବଢୁଛି । ଓଡ଼ିଶାର ଯେଉଁ ଚାଷୀ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି, ସେମାନଙ୍କ ଆୟ ବଢିଛି । ହେଲେ ରାତାରାତି ସବୁ କିଛି ସମ୍ଭବ ନୁହେଁ ।

ବିଗତ ୮ ବର୍ଷରେ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଯାହାର ଫାଇଦା ଏବେ ମିଳୁଛି । ଓଡ଼ିଶାର ୨୪ ହଜାର ହେର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଆଗାମୀ ଦିନରେ ଏହାର ଫାଇଦା ମିଳିବ । ଡିଜିଟାଲ ଏଗ୍ରି ମିଶନ ଉପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ କାମ କରୁଛି । ଏଥିଲାଗି ବିଭିନ୍ନ ପ୍ରକାର ମୋବାଇଲ ଆପ୍ ତିଆରି କରାଯାଉଛି ।୨୦୨୩ ମସିହାକୁ UN ମିଲେଟ ବର୍ଷ ଘୋଷଣା କରିଛି । ଏହି ବର୍ଷ ସୁଦ୍ଧା ମିଲେଟକୁ ସମସ୍ତଙ୍କ ପ୍ଲେଟରେ ସାମିଲ କରିବାକୁ ବ୍ୟବସ୍ଥା କରାଯାଇଥିବା କୃଷିମନ୍ତ୍ରୀ କହିଛନ୍ତି ।

ଏପଟେ ICAR ଡିଜି ତ୍ରିଲୋଚନ ମହାପାତ୍ର କହିଛନ୍ତି, ଖାଲି ଧାନ ଚାଷ କଲେ ଓଡ଼ିଶାର ଚାଷୀଙ୍କ ଆୟ ଦୁଇଗୁଣା ହେବନି । ଏଥିଲାଗି ଚାଷରେ ବିବିଧକରଣ କରିବାକୁ ହେବ । ଚାଷରେ ବିବିଧକରଣ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଅଧିକ ବର୍ଷା ହେଉଛି, ପାଣି ରହିଛି ଜଳବାୟୁର ବିଭିନ୍ନତା ରହିଛି ଓଡ଼ିଶାରେ । ଏଣୁ ଧାନ ଚାଷ ସହ ଏଠି ମାଛ, ପନିପରିବା, ଫଳ ଚାଷ କରାଯାଇପାରିବ ବେଲି ସେ କହିଛନ୍ତି ।