Advertisment

କେତେ ବଦଳିଛି ନିୟମଗିରିର ଆଦିମ ଜନଜାତିଙ୍କ ଜୀବନ ? ଜାଣନ୍ତୁ...

ଖଲି ସିଲେଇବା ଠାରୁ ଆରମ୍ଭ କରି ହଳଦୀ ଗୁଣ୍ଡ ପ୍ରସ୍ତୁତି କରି ବଜାରରେ ବିକ୍ରି କରିବା ଯାଏ କାମ କରି ପରିବାର ପୋଷଣ କରୁଛନ୍ତି ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।

author-image
Rajalaxmi Sahoo
Today World Tribal Day 2022

Today World Tribal Day 2022

ଆଜି ବିଶ୍ୱ ଜନଜାତି ଦିବସ। ଜନଜାତି ସମ୍ପ୍ରଦାୟକୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହୋଇଥାଏ। ଆମ ରାଜ୍ୟରେ ଅନେକ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ତେବେ ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଏବେ ପୂର୍ବ ଭଳି କେବଳ ଲଘୁଜାତ ଦ୍ରବ୍ୟ ଉପରେ ର୍ନିଭର ନକରି ସ୍ୱାବଲମ୍ବୀ ହେଉଛନ୍ତି।

Advertisment

ଖଲି ସିଲେଇବା ଠାରୁ ଆରମ୍ଭ କରି ହଳଦୀ ଗୁଣ୍ଡ ପ୍ରସ୍ତୁତି କରି ବଜାରରେ ବିକ୍ରି କରିବା ଯାଏ କାମ କରି ପରିବାର ପୋଷଣ କରୁଛନ୍ତି ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ। ମହିଳାମାନେ ପୂର୍ବରୁ କେବଳ ନିୟମଗିରି ପାହାଡ଼ର ଲଘୂଜାତ ଦ୍ରବ୍ୟ ଉପରେ ର୍ନିଭର କରି ଜୀବନ ବିତାଉଥିଲେ। ଏବେ ଏମାନେ ନିଜେ ନିଜେ ସ୍ୱାବଲମ୍ବୀ ହେବ ଦିଗରେ ଆଗଉଛନ୍ତି।

କଳାହାଣ୍ଡି ଜିଲ୍ଲାର ୩ଟି ବ୍ଳକ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକରେ ୩୦ଟି ଗାଁ ସମେତ ମୋଟ ୯୯ଟି ଗାଁରେ ୧୦,୩୦୦ ଜଣ ଡ଼ଙ୍ଗରିଆ କନ୍ଧ ବସବାସ କରନ୍ତି। ଆଦିମ କାଳରୁ ଏମାନେ କେବଳ ନିୟମଗିରି ପାହାଡ଼ ଉପର ଲଘୁଜାତ ଦ୍ରବ୍ୟ ସଂଗ୍ରହ ଓ ପୋଡୁ ଚାଷ କରି ଜୀବିକା ର୍ନିବାହ କରୁଥିଲେ। ଏବେ କିନ୍ତୁ ଏମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ପାଠ ପଢ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। 

Advertisment
World Tribal Day World Tribal Day 2022 Dongria Kondh
Advertisment
Advertisment