• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ

  • କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା

  • ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

  • ଭକ୍ତଙ୍କ ପ୍ରବେଶ ଉପରେ ରହିଛି କଟକଣା

ଭୁବନେଶ୍ୱର: ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ। ମାସକ ଯାକ ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷ୍ୟାଳୀଙ୍କ ପାଇଁ ଅନ୍ତିମ ଦିନ । ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତର ଶେଷ ଦିନ ପାଳନ କରିବେ ହବିଷ୍ୟାଳି । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଫଳରେ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ।

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା । କରୋନା କଟକଣା ଥିବାରୁ କିଛି ସ୍ଥାନରେ ବୋଇତ ବନ୍ଦାଣ ବନ୍ଦ ଥିବା ବେଳେ ଆଉ କେତେକ ସ୍ଥାନରେ କଟକଣାକୁ ଫୁ କରି ଲୋକେ ବୋଇତ ଭସାଣ କରିଥିବା ଦେଖିବାକୁ ମିଳିଛି । ପୁରୀ ସମୁଦ୍ର ବେଳାଭୂମୀରେ ଲୋକେ ଡଙ୍ଗା ଭସାଣ କରୁଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା ପରମ୍ପରା ରହିଛି। ତେଣୁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥାଏ ।