• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ତିଆଞ୍ଜୀ ପର୍ବତମାଳ,ସ୍ୱର୍ଗ ଠାରୁ କମ୍ ନୁହେଁ

  •  ଏମିତି ପାହାଡ଼, ଯେଉଁଠି ପ୍ରତିକ୍ଷଣରେ ହୁଏ ଋତୁ ପରିବର୍ତ୍ତନ

ଦୁନିଆରେ ଏଭଳି ଅନେକ ପ୍ରାକୃତିକ ସ୍ଥାନ ରହିଛି ଯାହା ଆଶ୍ଚର୍ଯ୍ୟରେ ଭରିଦିଏ । ସେହିଭଳି ଏକ ସ୍ଥାନ ଚୀନର ତିଆଞ୍ଜୀ ପର୍ବତମାଳା । ତିଆଞ୍ଜିର ଅର୍ଥ ସ୍ୱର୍ଗର ସନ୍ତାନ । ଆଉ ଏହି ପର୍ବତ ଶୃଙ୍ଖଳକୁ ଏଭଳି ଉପମା ଦିଆଯାଇଛି କାରଣ ଏଠାକାର ପରିବେଶ ଆଉ ଦୃଶ୍ୟପଟ୍ଟ ଲୋକମାନଙ୍କୁ ବିସ୍ମୟ କରିଦିଏ । ପ୍ରଥମଥର ପାଇଁ ଯେତେବେଳେ ଏହି ସ୍ଥାନର ଫଟୋ ଚର୍ଚ୍ଚାକୁ ଆସିଥିଲା ସେତେବେଳେ ଲୋକମାନେ ଏହାକୁ ଫଟୋସପ୍‌ ଫଟୋ ବୋଲି ମାନୁଥିଲେ ।

ତିଆଞ୍ଜୀ ପର୍ବତମାଳାରେ ମାର୍ବଲର ଅଗଣିତ ଉଚ୍ଚ ପାହାଡମାନ ରହିଛି । ଏଥିରେ ସବୁଠାରୁ ଉଚ୍ଚ ପାହାଡର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ୧୨୬୨.୫ ମିଟର । ଯେତେବେଳେ କେହି ବି ଏହି ଉଚ୍ଚ ପାହାଡର ଶିଖରକୁ ଆସି ଏଠାକାର ପରିବେଶକୁ ଦେଖିବାକୁ ଚେଷ୍ଟା ତେବେ ତାକୁ ଅଗଣିତ ପାହାଡର ଶିଖର ଓ ଗଭୀର ଗତ୍ର ଇତ୍ୟାଦି ଦୃଶ୍ୟମାନ ହୁଏ । ଏହି ସ୍ଥାନର ଆଉ ଏକ ବିଶେଷତ୍ତ୍ୱ ହେଲା ଯେ ଏଠାରେ ପ୍ରତିକ୍ଷଣରେ ପାଣିପାଗରେ ପରିବର୍ତ୍ତନ ହୋଇଥାଏ । କେତେବେଳେ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଆକାଶ ଦେଖିବାକୁ ମିଳେ ତ ‌ଆଉ କେତେବେଳେ ବାଦଲରେ ଭରିଯାଏ । ଆଉ ଏଭଳି ସ୍ଥଳେ କେହି ଉଚ୍ଚତାରୁ ତଳକୁ ଦେଖିଦେଲେ କୌଣସି ସାଇନ୍ସ ଫିକ୍ସନ ମୁଭି ଭଳି ନିଶ୍ଚୟ ଲାଗିଥାଏ । ଯେଉଁଠାରେ ପାହାଡ ଉପରେ ଅଗଣିତ ପର୍ବତ ଦେଖିବାକୁ ମିଳେ ।

ଏହି ସ୍ଥାନକୁ ଭରପୁର ଉପଭୋଗ କରିବା ପାଇଁ ଏହି ସ୍ଥାନରେ କେବଳ କାରର ବ୍ୟବସ୍ଥା କରାଯାଇଛି । ଏହାଛଡା ଏହି ପାହାଡ ଅନୁଯାୟୀ ଏଠାରେ ଯିବା ପାଇଁ ପଥର ଦ୍ୱାରା ରାସ୍ତା ମଧ୍ୟ ନିର୍ମିତ ହୋଇଛି । ତେବେ କୁହାଯାଏ ଏହି ସ୍ଥାନଟି କୌଣସି ସ୍ୱର୍ଗ ଠାରୁ କମ ନୁହେଁ । ତେଣୁ ଏହାକୁ ସ୍ୱର୍ଗର ଅଂଶ ବୋଲି ମାନିଥା‌ଆନ୍ତି ପର୍ଯ୍ୟଟକ । ମାର୍ବଲରେ ନିର୍ମିତ ଏହି ତି‌ଆଞ୍ଜୀ ପର୍ବତ ଚୀନ ୟୁନାନ ପ୍ରାନ୍ତର ଝଙ୍ଗ୍‌ଜିୟାଜୀ କ୍ଷେତ୍ରରେ ଅବସ୍ଥିତ ।

ଏହି ପର୍ବତମାଳାର ଆଖପାଖରେ ଥିବା ଜଙ୍ଗଲ ଓ ସବୁଜିମାରେ ଭରପୁର ପରିବେଶ ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଦିଏ । କୁହାଯାଏ ଯେ ଦୀର୍ଘ ବର୍ଷ ପୂବେର୍ ଚୀନର ଜଣେ ସଫଳ ଚାଷୀ ଜିୟାଙ୍ଗ ଡାକୁନ ଏହି ସ୍ଥାନର ସୁନ୍ଦରତା ଦେଖି ଏହାର ନାମ ତିୟାଞ୍ଜୀ ଦେଇଥିଲେ । ଯାହାର ଅର୍ଥ ସ୍ୱର୍ଗର ସନ୍ତାନ ବା ସ୍ୱର୍ଗର ଅଂଶ । ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଥିବା ଏହି ପର୍ବତମାଳା ବେଶ୍‌ ଉଚ୍ଚ । ଏହାକୁ ଦେଖି ଲାଗେ ଯେପରି ଏହି ସ୍ଥାନଟି ପାହାଡ ଗୁଡିକର ଜଙ୍ଗଲ । ଆଉ ଏହି କାରଣରୁ ପ୍ରତିବର୍ଷ ଏଠାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାଆନ୍ତି । ଏଠାରେ ଗୋଟେ ପାହାଡରୁ ‌ଆଉ ଏକ ପାହାଡକୁ ଯିବା ପାଇଁ ରୋପ ୱେର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Tianzi MountainTianzi Mountain

ଏହାସହ ଏହାକୁ ୟୁନେଷେ୍କା ଦ୍ୱାରା ବିଶ୍ୱ ଐତିହ୍ୟର ମାନ୍ୟତା ମଧ୍ୟ ମିଳିସାରିଛି । ଏହି ସ୍ଥାନରେ ପହଁଚିବା ପରେ ଆପଣ ଭିନ୍ନ ଏକ ଦୁନିଆର ଅନୁଭୂତି ପାଇପାରିବେ । ଏହା କିଛି ସମୟ ପାଇଁ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଅନେକ ସିନେମା ଗୁଡିକରେ ମଧ୍ୟ ଏହି ସ୍ଥାନର ସୁନ୍ଦରତା ସମ୍ପର୍କରେ ଦେଖାଯାଇଛି । ଏହାର ଅନେତ ବିଶେଷତା ରହିଛି, ଯେପରିକି ଏଠାକାର ମାର୍ବଲ ପାହାଡ, ଆଉ ପ୍ରତିକ୍ଷଣରେ ବଦଳୁଥିବା ଏହାର ପାଣିପାଗ । ବାସ୍ତବରେ ପ୍ରକୃତି ଯେ କେତେ ବଡ ଚିତ୍ରକର ତାହା ଏହି ସ୍ଥାନ ଦେଖିଲେ ହି ଅନୁମାନ କରିହୁଏ ।