/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660038888.jpg)
Three tourists swept away at Puri beach, One dead
ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ। ଗାଧୋଉଥିବା ସମୟରେ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସି ଯାଇଥିବା ସୂଚନା ମିଳିଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଲାଇଫ୍ ଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ମୃତକ ହେଲେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ।
Advertisment
ସୂଚନା ଅନୁସାରେ, ଆଜି ସକାଳେ ସେକ୍ଟର ୧ର ଦିଗବାରେଣି ଖୁଣ୍ଟି ବେଳାଭୁମୀ ନିକଟ ସମୁଦ୍ରରେ ପରିବାର ସହ ଗାଧୋଉ ଥିବା ସମୟରେ ୩ ପର୍ଯ୍ୟଟକ ଭାସି ଯାଇଥିଲେ। ୨ଜଣଙ୍କୁ ବ୍ଲୁଫ୍ଲାଗ ବିଚ୍ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ମିନାକ୍ଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ରରୁ ଉଦ୍ଧାର ହୋଇଥିବା ୨ ପର୍ଯ୍ୟଟକଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)