Advertisment

ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଦେଲା ସାପ; ୩ ଛାତ୍ରଛାତ୍ରୀ ମୃତ

ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି।

author-image
Manoranjan Behera
Snake Bite Death

Snake Bite Death

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ । କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଅଘଟଣ ଘଟିଛି । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ିଥିଲା । ମୃତକଙ୍କ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର ସୂଚନା। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Advertisment

ମୃତ ଛାତ୍ରଛାତ୍ରୀମାନେ ହେଉଛନ୍ତି- ରାଜା ନାଏକ (୧୨), ସ୍ନେହାଶ୍ରୀ ନାଏକ (୧୦) ଓ ଏଲିନା ନାଏକ (୭)। ସେହିପରି ଗୁରୁତର ଥିବା ଛାତ୍ରଙ୍କ ନାଁ ଆକାଶ ନାଏକ (୧୨)। ତେବେ ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା । ଆଜି ସକାଳେ ଏନେଇ ଜଣାପଡିଥିଲା । ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମୃତ ଏଲିନାଙ୍କ ମା ଦମୟନ୍ତୀ ନାଏକ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ସେ ଝିଅ ସହିତ ଫୋନରେ କଥା ହୋଇଥିଲେ। ଆସନ୍ତା ୩୦ ତାରିଖରେ ସେ ତା ପାଖକୁ ଯିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳେ ଫୋନ୍ ଆସିଲା ଝିଅ ଆଉ ନାହିଁ। 

Advertisment

ଏଲିନାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ରାତି ୩ଟାରୁ ଏ ଘଟଣା ଘଟିଲାଣି। କିନ୍ତୁ ପରିବାର ଲୋକଙ୍କୁ କିଛି କୁହାଯାଇ ନଥିଲା। ସାପ କାମୁଡ଼ିଛି ବୋଲି ଆମେ ବାହାର ଲୋକଙ୍କ ଠାରୁ ଶୁଣିଛୁ। କି ସାପ ତାହା ବି ସ୍ପଷ୍ଟ ହୋଇନି। କୋଚିଂ ସେଣ୍ଟରର କୌଣସି ସଦସ୍ୟଙ୍କୁ ଆମେ ଡାକ୍ତରଖାନାରେ ଦେଖିବାକୁ ପାଇନଥିଲୁ। 

Snake Bite Kid Snake Bite Death
Advertisment
Advertisment