• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀଳଗିରିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଭିତରେ ଅଛନ୍ତି ବାପା, ମାଆ ଓ ପୁଅ । ସମସ୍ତଙ୍କୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୀଳଗିରି ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ହଠାତ୍‌ ପୁରୁଣା ଗାଁର ଜଣେ ଲୋକଙ୍କର ଘରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଥିଲା । ଏଥିଯୋଗୁ ଭୟଙ୍କର ଶବ୍ଦ ହୋଇଥିବା ବେଳେ ଆଖି ପିଛୁଳାକେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ଥିବା ପରିବାରର ବାପା, ମା’, ପୁଅ ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ବିସ୍ଫୋରଣରେ ଘର ଭିତରେ ଥିବା ସମସ୍ତ ସମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଜଳି ଯାଇଥିବା ଘର ଭିତରେ ବାଣ ଥିବା ସୂଚନା ମିଳିଛି । ...

ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।