• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନଈରେ ଭାସୁଛି ପୂଳାପୂଳା ମଲା ମାଛ । ଦେଖିଲେ ହଠାତ୍‌ କିଛି ବୁଝାପଡିବନି ଏମିତି ମାଛ ମଡକ କାହିଁକି ହୋଇଛି? ହେଲେ ନଈ କୂଳକୁ ଯାଇ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ହଠାତ୍‌ କାହିଁକି ଏତେ ମାତ୍ରାରେ ମାଛ ମରିକି ପଡିଲେ ସେନେଇ କାହା ପାଖରେ କିଛି ଉତ୍ତର ନାହିଁ ।

ଗଞ୍ଜାମ ଚିକିଟି ଅଞ୍ଚଳରେ ଥିବା ବାହୁଦା ନଦୀ କୂଳର ଦୃଶ୍ୟ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ହଠାତ୍‌ ସକାଳୁ ସକାଳୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ କି ନଈ କୂଳରେ ଶହଶହ ସଂଖ୍ୟାରେ ମଲା ମାଛ ଭାସୁଥିବା ବେଳେ ନଈ ଭିତରେ ବି ପ୍ରବଳ ମାତ୍ରାରେ ମାଛ ମରିକି ଭାସୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ଚର୍ଚ୍ଚା ଲାଗିରହିଛି ।

କେବଳ ଏବେ ନୁହେଁ ବରଂ ଗଂଜାମ ପୋଲସରାରୁ ମଧ୍ୟ ସମାନ ଘଟଣା କିଛିଦିନ ପୂର୍ବରୁ ଆସିଥିଲା । ଯାହାକୁ ନେଇ ପୋଖରୀ କୂଳରେ ମୁଣ୍ଡରେ ହାତ ଦେଇ ବସିଥିଲେ ଚାଷୀ । ଏବେ ପୁଣି ୧୫ ଦିନ ପରେ ସମାନ ଘଟଣା ଦେକିବାକୁ ମିଳିଥିବାରୁ ଜାଣିଶୁଣି କେହି ଏମିତି କାଣ୍ଡ ଭିଆଇଥିବା କୁହାଯାଉଛି ।

 

  • Reported by:
  • ASHOK BRAHMA

OTV is now on Whatsapp

Join and get latest news update delivered to you via whatsapp

Join Now