• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଲେଜ ପ୍ରିନ୍ସିପାଲ ହେଲେ ବି ନିଶା ସମାଜସେବା । ଠିକ୍‌ ଟାଇମ୍‌ରେ କଲେଜ୍‌ ଆସି ପିଲାଙ୍କୁ ପାଠ ପଢାଇବା ସହିତ କେମିତି ସମାଜ ପାଇଁ କିଛି କାମ କରିହେବ ସେନେଇ ଦେଉଛନ୍ତି ବାର୍ତ୍ତା । ଖାଲି ଏତିକି ନୁହେଁ ବରଂ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରି ସାଉଁଟିଛନ୍ତି ପ୍ରଶଂସା ।

ରେଖା ପ୍ରଧାନ । ଘର ସୁବର୍ଣ୍ଣପୁର ବିନିକା ସହରରେ । ୨୦୨୦ ମସିହାରୁ ସ୍ଥାନୀୟ ଅଂଚଳର ଏକ କଲେଜ୍‌ରେ ପ୍ରିନ୍ସିପାଲ ଭାବରେ କାର୍ଯ୍ୟରତ ଅଛନ୍ତି । କଲେଜ୍‌ରେ ଜଏନ କଲା ଦିନରୁ ରେଖାଙ୍କୁ ନେଇ ପୂରା ଅଂଚଳରେ ଚର୍ଚ୍ଚା । କାରଣ କଲେଜ୍‌କୁ ନିଜ ଘର ପରି ଗଢିତୋଳିବାକୁ ସେ ପଣ କରିଛନ୍ତି । ରାତି ପାହିଲା କ୍ଷଣି ଘରର ସବୁ କାମ ସାରି ୧୦ ପୂର୍ବରୁ କଲେଜ୍‌ରେ ପହଞ୍ଚୁଛନ୍ତି । ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଇ ଘରକୁ ଫେରୁଛନ୍ତି । ଇତିହାସ ବିଷୟରେ ପିଲାଙ୍କୁ ପାଠ ପଢାଇବା ସହିତ ସମାଜସେବାର ବି ଦେଉଛନ୍ତି ବାର୍ତ୍ତା ।

କେବଳ ପାଠପଢା କି ସମାଜସେବା ନୁହେଁ ବରଂ ଜଣେ ଉତ୍ତମ କଳାକାର ହେଉଛନ୍ତି ରେଖା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଦେବକୀ ଭୂମିକାରେ ଅଭିନୟ କରିବାଠୁ ଆରମ୍ଭ କରି, ଓଡିଆ ଫିଲ୍ମ ଆଦିମ ବିଚାର,ସମ୍ବଲପୁରୀ ଫିଲ୍ମ ଜଙ୍ଗଲ ଡାକୁଛି ଆ,ଛନ୍‌ତା ପାନି,ଦି ଡେଷ୍ଟିଷ୍ଟ୍ୟୁଚ୍ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଏହାସହ ଗୀତ ବି ଗାଆନ୍ତି ରେଖା ।

ପାଠ ପଢାଇବା, ଅଭିନୟ କରିବା, ସମାଜସେବାର ବାର୍ତ୍ତା ଦେବା ସହିତ ପରିବେଶ ସନ୍ତୁଳନକୁ ବଜାୟ ରଖିବା ପାଇଁ ବୃକ୍ଷରୋପଣ କରିବାରେ ବି ସେ ବ୍ୟସ୍ତ ରୁହନ୍ତି । ଏଥିଲାଗି ଅନେକ ପୁରସ୍କାର ମଧ୍ୟ ସେ ପାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏକାଧାରାରେ ଜଣେ ଅଧ୍ୟାପକ, କଳାକାର ଓ ସମାଜସେବୀ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସହ ପରିବାର ଲୋକ ବି ବେଶ୍‌ ଖୁସି ଅଛନ୍ତି । ସେପଟେ ଜିଲ୍ଲାପାଳ ମଧ୍ୟ ରେଖାଙ୍କୁ ପ୍ରଶଂସା କରିବା ସହିତ ଜିଲ୍ଲା ପାଇଁ ସେ ନିଶ୍ଚୟ ଗୌରବ ବୋଲି କହିଛନ୍ତି ।

 

  • Reported by:
  • Dilip Sahoo