/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659015247.jpg)
This Kerala Woman Can't Live Without Her Moustache, Has Family's Back
ପ୍ରାୟତଃ ପୁରୁଷମାନେ ନିଶ ରଖିବାକୁ ଭଲପାଇଥାନ୍ତି । ହେଲେ କେବେ ଦେଖିଛନ୍ତି କି ଜଣେ ମହିଳା ନିଶ ରଖିବାର ? ତେବେ କେବଳ ପୁରୁଷ ହିଁ ନିଶ ରଖିପାରିବେ ତାହା ନୁହେଁ ମହିଳା ମଧ୍ୟ ନିଶ ରଖିପାରିବେ । ଯାହାକୁ ପ୍ରମାଣିତ କରିଛନ୍ତି କେରଳର କନ୍ନୁରର ଜଣେ ମହିଳା। ମହିଳା ତାଙ୍କ ନିଶକୁ ଏତେ ଭଲ ପାଆନ୍ତି ଯେ ସେ କେବେ ନିଜ ନିଶ କାଟନ୍ତି ନାହିଁ ।
୩୫ ବର୍ଷିୟ ମହିଳା ସାୟେଜା (Shyja) ଆବିକଳ ପୁରୁଷଙ୍କ ଭଳି ନିଶ ରଖିଛନ୍ତି । ପ୍ରଥମେ ମହିଳାଙ୍କ ଉପର ଓଠରେ ଚୁଟି ଉଠିବା ଆରମ୍ଭ ହୋଇଥିଲା । ଯାହା ଧିରେ ଧିରେ ନିଶରେ ପରିଣତ ହେଲା । ଏନେଇ ମହିଳା ଜଣକ କହିଛନ୍ତି ଯେ, ‘‘ନିଶ ବିନା ବଞ୍ଚିବା ମୁଁ କେବେ କଳ୍ପନା ବି କରିପାରିବିନାହିଁ । କୋଭିଡ୍ ମହାମାରୀ ସମୟରେ ମୁଁ ମୋ ମୁହଁକୁ ମାସ୍କରେ ଘୋଡ଼ାଇ ରଖିବାକୁ ଆଦୌ ପସନ୍ଦ କରେ ନାହିଁ । ’’
ତେବେ ମହିଳାଙ୍କ ଏହି ନିଆରା ଚିନ୍ତା ଧାରାକୁ ନେଇ ସାୟେଜାଙ୍କ ଶାଶୁ ଘର ଲୋକ ତାଙ୍କ ସପକ୍ଷରେ ଥିବାବେଳେ ଏନେଇ ସମାଜରେ ତାଙ୍କୁ କିଏ କଣ କହୁଛି ତାହା ସେମାନଙ୍କୁ କୌଣସି ପ୍ରଭାବ ପକାଏ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)