Advertisment

ଅଦ୍ଭୁତ ବାଇଗଣ! ଦୂର କରିବ କର୍କଟ

ଅନୁସନ୍ଧାନକାରୀମାନେ ବାଇଗଣୀ ରଙ୍ଗର ଟମାଟୋ ପ୍ରସ୍ତୁତ କରିଛନ୍ତି ଏବଂ ଆମେରିକାର କୃଷି ବିଭାଗ ଏହାକୁ ବିକ୍ରି କରିବାକୁ ଅନୁମତି ମଧ୍ୟ ଦେଇଛି। ଏହି ଟମାଟୋରେ ମଧ୍ୟ ଅନେକ ବିଶେଷତା ଅଛି। ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ ଏବଂ ପରୀକ୍ଷଣ କରିଛନ୍ତି ଯେ ସାଧାରଣ ଟମାଟୋ ଅପେକ୍ଷା ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍‌ ଅଛି ବୋଲି କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
This brinjal save you from cancer

This brinjal save you from cancer

ସାମ୍ନାକୁ ଆସିଛି ଏମିତି ଏକ ପରିବା ଯାହା ବାଇଗଣ ପରି ଦେଖାଯାଉଛି। ତେବେ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଲୋକଙ୍କୁ ଚିନ୍ତାରେ ପକେଇ ଦେଇଛି। ଲୋକଙ୍କୁ ଲାଗୁଛି ଏହା ବାଇଗଣ ବୋଲି କିନ୍ତୁ ଏହା ଏକ ଟମାଟୋ।

Advertisment

ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିବେ। କାରଣ ଯେତେବେଳେ ବି ଟମାଟୋର ନା ମନକୁ ଆସେ, ଆମେ ନାଲି ରଙ୍ଗ ଦେଖୁ। ଟମାଟୋ ଏପରି ଏକ ପରିବା ଯାହା ସବୁଥିବେ ବ୍ୟବହାର କରାଯାଇ ପାରେ। ଏଥିରେ ଆଚାର ମଧ୍ୟ ତିଆରି ହୁଏ ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ତେବେ ନାଲି ଟମାଟୋ ବଦଳରେ ଏବେ ଆପଣ ବାଇଗଣୀ ରଙ୍ଗର ଟମାଟୋ ମଧ୍ୟ ପାଇବାକୁ ଯାଉଛନ୍ତି।

ବର୍ତ୍ତମାନ ଅନୁସନ୍ଧାନକାରୀମାନେ ବାଇଗଣୀ ରଙ୍ଗର ଟମାଟୋ ପ୍ରସ୍ତୁତ କରିଛନ୍ତି ଏବଂ ଆମେରିକାର କୃଷି ବିଭାଗ ଏହାକୁ ବିକ୍ରି କରିବାକୁ ଅନୁମତି ମଧ୍ୟ ଦେଇଛି। ଏହି ଟମାଟୋରେ ମଧ୍ୟ ଅନେକ ବିଶେଷତା ଅଛି। ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ ଏବଂ ପରୀକ୍ଷଣ କରିଛନ୍ତି ଯେ ସାଧାରଣ ଟମାଟୋ ଅପେକ୍ଷା ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍‌ ଅଛି ବୋଲି କହିଛନ୍ତି।

Advertisment

ଏହା ସହିତ ଏଥିରେ କର୍କଟ ସହିତ ଲଢିବାର କ୍ଷମତା ଅଛି ବୋଲି କୁହାଯାଉଛି। ଆହୁରି ମଧ୍ୟ, ଯଦି ଶରୀରର କୌଣସି ଜାଗାରେ ଫୁଲା କିମ୍ବା ଯନ୍ତ୍ରଣା ହୁଏ, ତେବେ ଏହାକୁ ହ୍ରାସ କରିବାର ଶକ୍ତି ମଧ୍ୟ ଏହି ଟମାଟୋରେ ଅଛି। ତେବେ ଜାଣିରଖନ୍ତୁ ଯେ ବାଇଗଣୀ ରଙ୍ଗର ଟମାଟୋ ବ୍ୟତୀତ ହଳଦିଆ ଟମାଟୋ ମଧ୍ୟ ବଜାରରେ ରହିଛି।

କାଲିଫର୍ନିଆ ୟୁନିଭର୍ସିଟିର ଫଳ ଜୀବବିଜ୍ଞାନୀ ତଥା ପ୍ରଫେସର ବାରବରା ବ୍ଲାଙ୍କୋ ୟୁଲେଟ୍ କହିଛନ୍ତି ଯେ ବାଇଗଣୀ ଟମାଟୋ ଜେନେଟିକ୍ ପରିବର୍ତ୍ତିତ ଖାଦ୍ୟରେ ଏକ ନୂଆ ପରିବର୍ତ୍ତନ ଆଣିବ। ଏହି ଟମାଟୋ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏଥିରେ ଥିବା ଆନ୍ଥୋସିୟାନିନ ଅନେକ ଲାଭ ଦେଇଥାଏ।

ଏହା ଏପରି ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା କର୍କଟ ରୋଗରୁ ରକ୍ଷା କରିପାରିବ। ଶରୀରର ଯନ୍ତ୍ରଣାକୁ ମଧ୍ୟ ଏହା ହ୍ରାସ କରିପାରେ, ଟାଇପ୍-୨ ମଧୁମେହରୁ ମଧ୍ୟ ରକ୍ଷା କରିପାରିବ। ୨୦୦୮ରେ, ଏହି ଟମାଟୋ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଏହାକୁ ଖାଇବା ଦ୍ୱାରା ମୂଷାମାନଙ୍କରେ କର୍କଟ ବିରୋଧୀ କ୍ଷମତା ବଢିଯାଇଛି।

Ajab Gajab Ajab Gajab News Trending Story
Advertisment
Advertisment