/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701441349.jpg)
Road Problem
ପ୍ରହସନ ପାଲଟିଛି ସରକାରୀ ଯୋଜନା । ଲୋକଙ୍କ ନିକଟରେ ପହଞ୍ଚୁନି ମୌଳିକ ସୁବିଧା । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ କି ଶୁଣୁନାହାନ୍ତି ସରକାର । ରାସ୍ତା ମରାମତିକୁ ନେଇ ନେତା ଓ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି ସଗର ଗାଁର ଲୋକେ ।
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକର ବଡ ସଗର ଗାଁ । ଗାଁରେ ପ୍ରାୟ ୪ଶହ ପରିବାରର ଲୋକେ ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ତେଣୁ ନାନା ସସସ୍ୟାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ । ଏମିତି କି ରାସ୍ତା ଭଲ ନଥିବାରୁ ଅନେକ ଲୋକଙ୍କୁ ଦୁର୍ଘଟଣା ସମ୍ମୁଖୀନ ହେବାକୁ ପଡିଛି ।
ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗାଁର ଯୁବପିଢ଼ି ଏକତ୍ରିତ ହୋଇ ଘରେ ଘରେ ଚାନ୍ଦା ଆଦାୟ କରି ରାସ୍ତା ମରାମତି କରିଛନ୍ତି ।
ଗାଁର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଥିବା ନେଇ ବହୁବାର ସାଂସଦ, ବିଧାୟକ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ବିଧାୟକ ବଡ଼ ସଗର ଗାଁ ପରିଦର୍ଶନ କରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସେପଟେ ଜିଲ୍ଲା ପ୍ରଶାସନ ଠାରୁ ଅନୁମୋଦନ ଆସିଲେ ତୁରନ୍ତ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି ତୁସୁବା ସରପଞ୍ଚ ।
(କୋରାପୁଟରୁ ଜଗତ ଜୀବନଙ୍କ ରିପୋର୍ଟ, ଓଟିଭି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)