Advertisment

ଉପାନ୍ତରେ ଅପହଞ୍ଚ ଜରୁରୀକାଳୀନ ସେବା, ପାହାଡ଼ ଚଢ଼ିଲେ ଆସୁଛି ନେଟୱାର୍କ

୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି।

ଅଦ୍ୟତନ ହୋଇଛି
Ganjam  People Battling For Network Issues

Network Issues

Advertisment

ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳ। ଯୁଆଡେ ଦେଖିବେ ଟିଣ ଛପର ଘର। କିଏ ଗଛ ଉପରେ ବସି ମୋବାଇଲ ଚଳାଉଛି ତ କିଏ ପାହାଡ଼ ଚଢି ନେଟୱାର୍କ ଖୋଜୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗୋଚ୍ଛା ପଂଚାୟତ ସାଲିମାଗୋଛା ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ବ୍ଲକଠାରୁ ୪୫ କିଲୋମିଟର ଦୂରରେ ରହିଛି ଏହି ପଞ୍ଚାୟତ। ଏହି ପଞ୍ଚାୟତରେ ସାନଗୋଚ୍ଛା, ପିରିଡିବନ୍ଧ, ସାଲିମାଗୋଛା, ରାଜିପଦା, ମିନାଙ୍ଗୀ ଭଳି ୧୮ଟି ଗାଁ ରହିଛି। ୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି। ନେଟୱାର୍କ ନଥିବାରୁ ବହୁ ସମୟରେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି।

ଏଠାରେ କେବଳ ନେଟୱାର୍କ ସମସ୍ୟା ନୁହେଁ ଲୋକଙ୍କ ପାଖରେ ମେଡ଼ିକାଲ ସେବାର କୌଣସି ସୁବିଧା ନାହିଁ । ପଞ୍ଚାୟତର ୧୮ଟି ଗାଁର ଲୋକଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟିଏ ନାହିଁ ଯାହା ଫଳରେ ରୋଗୀ ଭଗବାନ ଭରସାରେ ରହୁଛନ୍ତି। ସମସ୍ୟା ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ବଡଗୋଚ୍ଛା ପଞ୍ଚାୟତରେ ଖୁବଶୀଘ୍ର ନେଟୱାର୍କ ସେବା ପହଞ୍ଚାଇବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ କୁ ଅବଗତ କରିବେ ବୋଲି କହିଛନ୍ତି।

Advertisment
Mobile Network Problem Mobile NetWork
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ