• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।

ସୂଚନା ଅନୁସାରେ, ନୟାଗଡ଼ ରଣପୁର ଅଞ୍ଚଳରେ ନିର୍ବାଚନୀ କାର୍ଯ୍ୟ ଶେଷ କରି ନୟାଗଡ଼ ଅଭିମୁଖେ ଫେରୁଥିଲେ I ଠିକ୍‌ ସେହି ସମୟରେ ଗମ୍ଭାରଡ଼ିହି ନିକଟସ୍ଥ ଗଡ଼ାଣିଆ ପୋଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ଦେଖି ଉପଜିଲ୍ଲାପାଳ ନିଜ ଗାଡ଼ିକୁ ଅଟକାଇ ଆହତମାନଙ୍କୁ ନିଜ ଗାଡିରେ ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଉପଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ସେହିପରି, ଏମିତି ଜଣେ ମହାନ୍ ମଣିଷ ହେଉଛନ୍ତି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ ଆଇପିଏସ୍ ଅଧିକାରୀ ସନ୍ତୋଷ ମିଶ୍ର । ସେ ବିଦେଶୀ ମିଳିଥିବା ୫୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଛାଡି ପୋଲିସ୍‌ ସେବାରେ ଯୋଗ ଦେଇଛନ୍ତି । ଆଇପିଏସ୍ ଅଧିକାରୀ ଜଣକ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳୁଛି । ଅଫିସ୍‌ କାମ ସାରିବା ପରେ ଅବଶିଷ୍ଟ ସମୟରେ ଆଇପିଏସ୍ ସନ୍ତୋଷ ମିଶ୍ର ଗରିବ, ଅସହାୟ ଏବଂ ଆର୍ଥିକ ଦୁର୍ବଳ ପିଲାମାନଙ୍କୁ ଶିକ୍ଷାଦାନ କରି ସମୟ ଅତିବାହିତ କରନ୍ତି । ଏହିପରି ଭାବରେ ସେ ମଧ୍ୟ ନିଜ ମହାନତା ଦେଖାଇଛନ୍ତି । ଏନେଇ ତାଙ୍କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।