• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଇଲ୍ୟାଣ୍ଡ ମାତ୍ର ୨ ଫୁଟ୍‌ର ,କିନ୍ତୁ ରହିଛି ୧୧୫ଟି ଘର

ଆମ ବିଶ୍ୱରେ ଅନେକ ନିଆରା ସ୍ଥାନ ରହିଛି ,ସେହିଭଳି ଏକ ନିଆରା ସହର ହେଉଛି 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ' । ଏହା ଏକ ଦ୍ୱୀପ ସହର । ଆଉ ଏଠାକାର ଜନସଂଖ୍ୟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି ।

କଲୋମ୍ବିଆରେ ରହିଛି ଏକ ନିଆରା ଆଇଲ୍ୟାଣ୍ଡ । ଯାହାର ନାଁ 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ' । ଏହା କଲୋମ୍ବିଆର ଉତ୍ତର ଭାଗରେ ଅବସ୍ଥିତ । ଏହାକୁ ସବୁଠାରୁ ଅଧିକ ଜନସଂଖ୍ୟା ପୂର୍ଣ୍ଣ ଦ୍ୱୀପ ବୋଲି କୁହାଯାଏ । ଏହା ଏକ ଆର୍ଟିଫିସିଆଲ୍‌ ଆ‌ଇଲ୍ୟାଣ୍ଡ । ଏହା ସ୍ୟାଣ୍ଡ ବେର୍ନାଡୋ ଆର୍କିପ୍ୟାଲାବୋରର ଏକ ଅଂଶ । ଏହା ଜନସଂଖ୍ୟା ପାଖାପାଖି ୧୨୦୦ । କିନ୍ତୁ ଆଶ୍ଚର୍ଯ୍ୟ ଏହି ଦ୍ୱୀପର ଆକାର । ଏହା ମାତ୍ର ଏ ହେକ୍ଟର ସ୍ଥାନରେ ନିର୍ମିତ ।

ଏମିତି ବି କୁହାଯାଏ ଯେ, ଏହି ‌ଆଇଲ୍ୟାଣ୍ଡ ମାତ୍ର ୨ ଫୁଟ ଲମ୍ବା । ଏଠାରେ ପାଖାପାଖି ୧୧୫ଟି ଘର ରହିଛି । ଏଠାରେ ପାନୀୟ ଜଳର ସୁବିଧା ନାହିଁ କି ଇଲେକ୍ଟ୍ରିକ୍‌ ଗ୍ରେଡ୍ ମଧ୍ୟ ନାହିଁ । ଏହି ଦ୍ୱୀପରେ ପାନୀୟ ଜଳ ମେନ୍‌ ଲ୍ୟାଣ୍ଡ କଲୋମ୍ବିଆରୁ ଆଣିବାକୁ ପଡିଥାଏ । ଏଠାରେ ପର୍ଯ୍ୟାପ୍ତ ମାତ୍ରାରେ ଆପଣ ମାଛ ପାଇଯିବେ । କିନ୍ତୁ ଏଠାରେ ରହୁଥିବା ଲୋକମାନଙ୍କୁ ଖାଇବା ପିଇବା ଜିନିଷ ବୋଟ୍‌ ଦ୍ୱାରା ଏଠାକୁ ଆଣିବାକୁ ପଡିଥାଏ ।

ଆଉ ଏହି ଦ୍ୱୀପରେ ଇଲେକ୍ଟ୍ରିସିଟି ପାଇଁ ଏଠାରେ ପାୱାର ଜେନେରେଟର ଓ ସୋଲାର ସିଷ୍ଟମର ବ୍ୟବହାର କରାଯାଏ । ଏହି ସ୍ଥାନକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସିଥାଆନ୍ତି । ପର୍ଯ୍ୟଟକମାନେ ଏଠାରେ ମୁକୁରୋ ଆଇଲ୍ୟାଣ୍ଡର ହୋଟେଲରେ ରହିପାରିବେ ।

ଏହି ଦ୍ୱୀପରେ ଏକ ସ୍କୁଲ୍‌ ମଧ୍ୟ ରହିଛି । ଏହାର ଇତିହାସ ସମ୍ପର୍କରେ ଆଲୋଚନା କରିବାକୁ ଯିବା ଯଦି, ତେବେ ପ୍ରାୟତଃ ୧୫୦ ପୂର୍ବରୁ ହିଁ ଲୋକମାନେ ଏଠାରେ ବସତି ସ୍ଥାପନ ଆରମ୍ଭ କରିଦେଇଥିଲେ । ସେ ସମୟରେ ଆଖପାଖର ଦ୍ୱୀପର ମାଛଚାଷୀମାନେ ଏଠାକୁ ବିଶ୍ରାମ ନେବାକୁ ଆସୁଥିଲେ । ଏହାସହ ଝଡ ତୋଫାନରୁ ବଂଚିବା ପାଇଁ ମଧ୍ୟ ସେମାନେ ଏଠାକୁ ଆସୁଥିଲେ । ଆଉ ପରବର୍ତ୍ତ ସମୟରେ ଧୀରେ ଧୀରେ ଲୋକମାନେ ଏଠାରେ ରହିବାକୁ ଆରମ୍ଭ କରିଦେଇଥିଲେ ।