• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଢ଼ କୁଢ଼ ମୃତଦେହଙ୍କ ମୂକସାକ୍ଷୀ ବାହାନଗା ହାଇସ୍କୁଲକୁ ଯିବାକୁ ଭୟ କରୁଛନ୍ତି ସ୍କୁଲ ପିଲା । କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ସେହି ସ୍କଲକୁ ଆଜି ପରିଦର୍ଶନ ପାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲାପାଳ ।

ପିଲାମାନେ ଭୟ କରୁଥିବାରୁ ବାହାନଗା ହାଇସ୍କୁଲ୍‌ରେ ମୃତଦେହ ରହିଥିବା ଘର ଭଙ୍ଗା ଯିବାର ଅନେକ ସମ୍ଭାବନା ରହିଛି । ତେବେ ସ୍କୁଲ୍‌ ପରିଚାଳନା କମିଟି ଚାହିଁଲେ ହିଁ ଘରକୁ ଭଙ୍ଗାଯିବ । ସ୍କୁଲ୍‌ ପରିଚାଳନା କମିଟି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ ଖରା ଛୁଟି ସରିବାକୁ ମଝିରେ ଆଉ ମାତ୍ର ସପ୍ତାହେ। ତାପରେ ସ୍କୁଲ ଖୋଲିବ । ତେଣେ ଭୁବନେଶ୍ୱରକୁ ମୃତଦେହ ସବୁ ସ୍ଥାନାନ୍ତର ହେବା ପରେ ବାହାନଗା ହାଇସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ବାରଣ୍ଡାରେ ପଡ଼ିଥିବା ଚେୟାର ଟେବୁଲ ସବୁକୁ ପୁଣି ଭିତରକୁ ନିଆଯିବ । ହେଲେ ସେଦିନ ଘଟଣା ପରଠୁ ପିଲା ଓ ଗାଁ ଲୋକଙ୍କ ମଧ୍ୟରେ ନକରାତ୍ମକ ଭାବନା ସୃଷ୍ଟି ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ଜିଲ୍ଲା ଶିକ୍ଷାଧିକାରୀ, ସ୍କୁଲର ମ୍ୟାନେଜିଂ କମିଟି ଓ ଆଲମୁନି ସଦସ୍ୟଙ୍କୁ ନେଇ ବୈଠକ କରିଥିଲେ ।

ଆଗକୁ ଲୋକଙ୍କୁ ଏସବୁ ଭାବନାରୁ ଦୂରେଇ ରହିବାକୁ ସଚେତନ କରାଯିବ ବୋଲି ଗତକାଲି ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ । ଏହାସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ- ସ୍କୁଲ ଖୋଲିବା ପୂର୍ବରୁ ପୂଜା ପାଠ କରାଯିବ ।