• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖୋଦ୍ ଫାଇଭ ଟି ସଚିବଙ୍କ ପ୍ରତିଶ୍ରୁତି ଯଦି ପାଣିର ଗାର ହୁଏ, ତେବେ କାହା ଆଗରେ ଗୁହାରି କରିବୁ । ଏ ପ୍ରଶ୍ନ ପଚାରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଲୋକେ। ଗତ ୨୨ ଓ ୨୩ ତାରିଖରେ ଖୋର୍ଦ୍ଧା ଓ ଜଟଣୀରେ ଅଭିଯୋଗ ଶୁଣାଣି ବେଳେ ୪୮ ଘଣ୍ଟାରେ ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ ଟି ସଚିବ ।

ଦୁଇ ଦିନରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ୍ ଟି ସଚିବ । ଆଉ ଏହା ହେଉଛି ତାର ରିୟଲିଟି ଚେକ୍ । ୧୨ ଦିନ ପରେ ଏହା ହେଉଛି ପ୍ରକୃତ ସ୍ଥିତି । ଫାଇଭ ଟି ସଚିବଙ୍କ କହିବା ଅନୁସାରେ ଅଗଷ୍ଟ ୨୩ରେ ଜଟଣୀ ସମାବେଶରେ ପାନୀୟ ଜଳ ସମସ୍ୟା କଥା ଜଣାଇଥିଲେ ଖୋର୍ଦ୍ଧା ବ୍ରାହ୍ମଣ ବେରେଣୀ ଗାଁର ଲୋକେ ।

କିନ୍ତୁ ୧୨ ଦିନ ପରେ ଚିତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ । ବସୁଧା ଯୋଜନାର ଫଳକ ଲାଗିଛି, ୧୦ଟି ଷ୍ଟାଣ୍ଡ ପୋଷ୍ଟ ବି ବସିଛି । କିନ୍ତୁ ପାଣି ଆସୁନି । ୩ ବର୍ଷ ତଳେ ମିନି ୱାଟର ସପ୍ଲାଏ ଯୋଜନାରେ ଗୋଟିଏ ପାଣିଟାଙ୍କି ଓ ପମ୍ପ ଲାଗିଥିଲା । ୨ ବର୍ଷ ହେଲା ସବୁ ଅଚଳ । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଗାଁର ୫ ଶହରୁ ଅଧିକ ଲୋକ ।

ସମାନ ଚିତ୍ର ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଂଚାୟତ ଭୋଗପୁର ଗାଁ ଓ କୁରାଢ଼ମଲ୍ଲ ପଞ୍ଚାୟତ ଦଲେଇପୁଟ ଗାଁର । ପାନୀୟ ଜଳର ଅଭାବ ନେଇ ଫାଇଭ ଟି ସଚିବଙ୍କ ସଭାରେ ଉଭୟ ଗାଁର ଲୋକେ ଅଭିଯୋଗ କରିଥିଲେ । ୧୨ ଦିନ ହୋଇଗଲାଣି । କିନ୍ତୁ ନା ବିଶୁଦ୍ଧା ପିଇବା ପାଣି ମିଳୁଛି ନା ପ୍ରଶାସନର କିଛି ତତ୍ପରତା ଦେଖିବାକୁ ମିଳୁଛି ।

କେବଳ ଏହି ୩ଟି ପଞ୍ଚାୟତ ନୁହେଁ, ୪୮ ଘଣ୍ଟାରେ ସମାଧାନର ପ୍ରତିଶ୍ରୁତି ପାଇଥିବା ୮ଟି ପଞ୍ଚାୟତର ଏହି ଅବସ୍ଥା । କାହିଁକି ଫାଇଭ ଟି ସଚିବଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନପାରିନି, ସେ ସଂପର୍କରେ କ୍ୟାମେରା ଆଗରେ ପ୍ରାଶାସନିକ ଅଧିକାରୀ ମୁହଁ ଖୋଲୁ ନାହାନ୍ତି । ତେବେ କଥାବାର୍ତ୍ତା ବେଳେ RWSS SDO କହିଛନ୍ତି, ସମାଧାନ ପାଇଁ ସମୟ ଲାଗିବ ।

  • Reported by:
  • BALRAM LENKA