Advertisment

ପକ୍କା ଘର ଦେଖି ନାହାନ୍ତି ଏହି ଗାଁର ଲୋକ, ପ୍ରଶାସନ ଦେଉନି କି ଶୁଣୁନି

ନିର୍ବାଚନ ଆସୁଛି, ଯାଉଛି। ନେତା ଜିତୁଛନ୍ତି ରାଜନୀତି କରୁଛନ୍ତି, ହେଲେ ଲୋକଙ୍କୁ ଦୁଃଖ ଦୂର ହେଉନି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ଏମିତି ଏକ ଗାଁ ଅଛି, ଯେଉଁଠି ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି ପକା ଘର

ଅଦ୍ୟତନ ହୋଇଛି
Biju Pakka Ghar Yojana In Odisha

Neglected village

Advertisment

ମଧୁପୁର ଗାଁରେ ପକାଘର ଦେଖିନାହାନ୍ତି ଲୋକେ । ପିଢି ପରେ ପିଢି ବିତିଯାଉଛି ସିନା, ନୂଆଣିଆ ଚାଳଛପର ଓ ମାଟିଘରେ ସମୟ ସରିଯାଉଛି । ଭୋଟ୍ ବେଳେ ନେତା ଆସନ୍ତି, ପ୍ରତିଶ୍ରୁତି ଦେଇ, ଚାଲିଯାଆନ୍ତି, ଆଉ ପରେ ଭୁଲିଯାଆନ୍ତି । ତେଣେ ପକ୍କା ଘରକୁ ଅପେକ୍ଷା କରି ଗାଁର ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ସିନା ଘର ମିଳିନି ।

Advertisment

ସୁନ୍ଦରଗଡ଼ ଲହୁଣୀପଡା ବ୍ଲକର ମଧୁପୁର ଗ୍ରାମରେ ରୁହନ୍ତି ୭୭ ପରିବାର । ଚନ୍ଦ୍ରରେ ଘର କରିବାକୁ ମଣିଷ ଚିନ୍ତା କରୁଥିବାବେଳେ ଏଠି ପକା ଘରଖଣ୍ଡେ ପାଲଟିଛି ସାତ ସପନ । ମାଟି କାନ୍ଥ ଆଉ ତା’ଉପରେ ଆଦିବାସୀ ଅଂଚଳରେ ପ୍ରଚଳିତ ଖପର, ଆଉ ସେଇ ଘରେ ରୁହନ୍ତି ପୁରା ପରିବାର । ଯେଉଁ ଘର ଉପରେ ଖପର ନଥାଏ, ପଲିଥିନ୍ ପକାଇ ମୁଣ୍ଡ ଗୁଞ୍ଜିବାକୁ ପଡ଼େ । କେବଳ ମଣିଷ ନୁହନ୍ତି ସେହି ଘରେ କୁକୁଡ଼ା, ଛେଳି ଆଉ ମଣିଷ ।

ଅଧିକ ପଢ଼ନ୍ତୁ: ଘରର ଛାତ କହିଲେ ଖଣ୍ଡିଏ ପାଲ, ଖଟିଆରେ ସ୍ୱାମୀ...ପ୍ରଶାସନକୁ ଚାହିଁ ବସିଛି ସ୍ତ୍ରୀ

Advertisment

ପଞ୍ଚାୟତ ସମିତି ଘର କିନ୍ତୁ ପକ୍କାଘର।  ବଡ଼ ବଡ଼ ଅକ୍ଷରରେ ଲେଖାହୋଇଛି ଗାଁର ନାଁ ମଧୁପୁର । ହେଲେ ଏଠାକାର ଲୋକଙ୍କ ଭାଗ୍ୟରେ ଘରଖଣ୍ଡେ ନାହିଁ । ଗ୍ରାମବାସୀ ନିଜର ସମସ୍ୟା ପ୍ରଶାସନକୁ ଜଣାଇନାହାନ୍ତି ତା ନୁହେଁ । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ୍ ପର୍ଯ୍ୟନ୍ତ ସବୁଠି ଗୁହାରୀ କରିଛନ୍ତି ହେଲେ ଫଳ ଶୂନ । ଗାଁକୁ ଘର ଆସୁଛି ବୋଲି ଶୁଣିବାକୁ ମିଳେ, ହେଲେ ଘର କୁଆଡେ ଯାଏ ଆମେ ଜଣିପାରିନୁ କହିଛନ୍ତି ଗାଁ ଲୋକେ । ସରକାର ଆମ ଗ୍ରାମକୁ କାହିଁକି ଏତେ ଅବହେଳା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

ପକ୍କା ଘର ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି, ହେଲେ ଦୀପ ତଳ ଅନ୍ଧାର ପରି ଯୋଜନାର ବାସ୍ତବ ଚିତ୍ର ମଧୁପୁର ଗାଁ ବୟାନ କରୁଛି । ସେପଟେ ଲହୁଣୀପଡା ବିଡିଓ କହିଛନ୍ତି, ଅଭିଯୋଗ ପାଇନୁ। ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ