Advertisment

ପାଣି ଟୋପାଏ ଦେଉନଥିଲା ମାଲିକ, ଶେଷରେ ପାଣି ଖୋଜିବାକୁ ଦୌଡ଼ିଲା ଘୋଡ଼ା ! ଚାଲିଗଲା ଜୀବନ..

ଅକ୍ଲାନ୍ତ ପରିଶ୍ରମ କରିବା ପରେ ଘୋଡ଼ାଟି ହାଲିଆ ମଧ୍ୟ ହୋଇଯାଇଥିଲା । ହେଲେ ମାଲିକ ତାକୁ ପାଣି ଟୋପାଏ ବି ପିଇବାକୁ ଦେଇନଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Horse Died

Horse Died

‘ରେ ମଣିଷ, ମୁଁ ତୋର କି ଦୋଷ କରିଥିଲି ? ଏଇ ପିଠିରେ ତତେ ବସେଇ କେତେ ଆଡ଼େ ନେଇଛି । ତୋଠୁ ଚାବୁକ୍‌ ମାଡ ଖାଇଛି.. ହେଲେ କେବେବି ତୋ କଥାକୁ ଅମାନ୍ୟ କରିନି । ସବୁବେଳେ ତୁ ଯେମିତି କହିଛୁ, ମୁଁ ସେମିତି କରିଛି । କି ଖରା, କି ବର୍ଷା ? ବୋଝ ବୋହି ଚାଲିଛି ଏଇ ପିଠି । ଏ ଖରାରେ ଦଉଡି ଦଉଡି ମୋ ହଂସା ଉଡିଯାଉଥିଲା । ପାଣି ଟୋପାଏ ପିଇବା ପାଇଁ ଛାଟିପିଟି ହେଲି କିଛି ପାଇଲିନି । କୋଉଠୁ ପାଣି ପାଇବି ଭାବି ଦଉଡି ଦଉଡି ପଳାଉଥିଲି । ମୁଁ କଣ ଜାଣିଥିଲି ଏଇ ଗଛ ମୋ ପାଇଁ ଯମ ହୋଇ ଛିଡ଼ା ହୋଇଛି । ପାଣି ପିଇବାକୁ ଯାଉଥିଲି ଯେ ଗଛରେ ଛନ୍ଦି ହୋଇ ପ୍ରାଣ ହାରିଲି.. ହେଲେ ପାଣି ଟୋପାଏ ପାଇଲିନି..’ ଏଥିଲା ସେହି ଘୋଡ଼ାର ମନର କଥା ! ଆମେ ଜାଣିନୁ ଘୋଡ଼ା ମନରେ କ’ଣ ଭାବୁଥିଲା । କିମ୍ବା କ’ଣ ଚାହୁଁଥିଲା । ହେଲେ ଯାହା ଅନୁମାନ କରିପାରିପାରିଲୁ ତାହା ଲେଖିଲୁ । ବୋଧ ହୁଏ ଛଟପଟ ହୋଇ ପ୍ରାଣ ହରାଇଥିବା ଘୋଡ଼ାଟି ଏମିତି କିଛି ଅନୁଭବ କରିଥିବ ବୋଲି ଆମେ ଭାବୁଛୁ । 

Advertisment

ଘୋଡାଟି ଯଦି କଥା କହିପାରୁଥାନ୍ତା ତାହାଲେ ଏମିତି ଢଙ୍ଗରେ ବୋଧ ହୁଏ ମଣିଷକୁ ବି ପ୍ରଶ୍ନ କରିଥାଆନ୍ତି । ରେ ମଣିଷ ତୁ ଏତେ ନିର୍ଦୟ କେମିତି ହେଲୁ ?

ମିଳିଥିବା ଖବର ଅନୁଯାୟୀ ଘୋଡ଼ାଟି ନିଜ ମାଲିକ ପାଇଁ ଅନେକ ପରିଶ୍ରମ କରିଥିଲା । ଆଉ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଘୋଡ଼ାଟି ହାଲିଆ ମଧ୍ୟ ହୋଇଯାଇଥିଲା । ହେଲେ ମାଲିକ ତାକୁ ପାଣି ଟୋପାଏ ବି ପିଇବାକୁ ଦେଇନଥିଲା । ତେଣୁ ପ୍ରାଣ ବିକଳରେ ପାଣି ଟୋପାଏ ପିଇବା ପାଇଁ ‌ଘୋଡ଼ାଟି ଦୌଡ଼ିଥିଲା । ପାଣି ସନ୍ଧାନରେ ଦୌଡ଼ି ଯାଉଥିବା ବେଳେ ଘୋଡ଼ାଟି ଏକ ଗଛରେ ଛନ୍ଦି ହୋଇଯାଇଥିଲା । ଆଉ ସେଠାରେ ଛନ୍ଦି ହେବା ପରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ମଧ୍ୟ ଚାଲିଛି ।

Advertisment

ଏମିତି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଂଜ ବୈଶିଙ୍ଗା ଥାନା କଳମା ଏବଂ ଗଡଦେଉଳିଆ ଗାଁ ମଝିରେ । ଉତ୍ତରପ୍ରଦେଶ ଅଞ୍ଚଳରୁ ଓଡ଼ିଶାକୁ ଆସି ଘୋଡ଼ାମାନଙ୍କ ଦ୍ୱାରା ବେଶ୍ ଦୁଇ ପଇସା ରୋଜଗାର କରୁଥିବା ବ୍ୟବସାୟୀ ଜଣକ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ କଳମା ଛକଠାରେ ଘୋଡା ଗାଡିଟିକୁ ଛିଡ଼ା କରି ନିକଟସ୍ଥ ଏକ ଦୋକାନକୁ ପାଣି ପିଇବା ପାଇଁ ଯାଇଥିଲେ । ଆଉ ଏତିକି ବେଳେ ଘୋଡା ହଠାତ୍‌ ଦଉଡିବାକୁ ଲାଗିଥିଲା । ଆଉ ଦୌଡି ଦୌଡ଼ି ଶେଷରେ ଗଛରେ ପିଟି ହୋଇ ତା’ର ଜୀବନ ବି ଗଲା ।

ସେପଟେ ଘୋଡ଼ା ମରିବା ପାଇଁ ମାଲିକ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । କହିଛନ୍ତି କି.. ଘୋଡାକୁ ଖାଇବାକୁ ନଦେଇ ପ୍ରବଳ ଖଟାଉଥିଲା ମାଲିକ । ଶେଷରେ ଖାଇବା ଓ ପାଣି ବିନା ଘୋଡ଼ା ଦୌଡିବାକୁ ଲାଗିଲା । ଯେଉଁଥିପାଇଁ ତାହାର ପ୍ରାଣ ଗଲା ବୋଲି କୁହାଯାଉଛି । ତେବେ ପାଣି ପାଇଁ ଘୋଡାର ମୃତ୍ୟୁ ହେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବି ବେଶ୍‌ ଚର୍ଚ୍ଚା ।

Pathetic Story
Advertisment
Advertisment