Advertisment

ଝିଅର ପ୍ରେମିକ ଦ୍ୱାରା ଗର୍ଭବତୀ ହେଲେ ମା’, ବାହାହେଲେ

ବେଳେବେଳେ ମଣିଷର ସଂପର୍କରେ ଏମିତି ପ୍ରତିବନ୍ଧକ ଆସେ ଯାହା ଜଣଙ୍କୁ ଭାଙ୍ଗିଦିଏ। କିନ୍ତୁ ଯେତେବେଳେ ଏହି ପ୍ରତିବନ୍ଧକ ନିଜେ ମା’ ହୁଏ ତେବେ ଏହାଠାରୁ ଦୁଃଖ ବା ଆଉ କ’ଣ ହୋଇପାରେ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଝିଅର ପ୍ରେମିକକୁ ମାରିନେଇଛି ମା’।

author-image
Pramod Behera
ଅଦ୍ୟତନ ହୋଇଛି
The mother was pregnant by her daughter's boyfriend, and married

The mother was pregnant by her daughter's boyfriend, and married

ବେଳେବେଳେ ମାନବିକ ସମ୍ପର୍କ ଅତ୍ୟନ୍ତ ଜଟିଳ ହୋଇଯାଏ। ଲୋକେ ନିଜର ଭାବନା ଉପରେ ସଂଯମତା ନ ରଖି ଲୋକମାନେ ସମ୍ପର୍କକୁ ଏପରି ଜଟିଳ କରିଦିଅନ୍ତି ଯେ ଏକ ଭଲ ସମ୍ପର୍କ ମଧ୍ୟ ନଷ୍ଟ ହୋଇଯାଏ। ଜଣେ ଯୁବତୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏଠି ଆଉ କେହି ନୁହେଁ ଯୁବତୀର ମା’ ହିଁ ତାଙ୍କ ପ୍ରେମରେ ବାଡ ହୋଇଛନ୍ତି। ଯୁବତୀ ଜଣକ ଯେତେବେଳେ ଏହି କଥା ସୋସିଆଲ ମିଡିଆରେ କହିଲେ ଲୋକେ ଜାଣି ଚକିତ ହୋଇଯାଇଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ, ଏହି ଯୁବତୀ ଟିକ୍‌ଟକ୍‌ରେ କିଛି ଭିଡିଓ ସେୟାର କରିଛନ୍ତି ଏବଂ ତାଙ୍କ ଜୀବନ ସହ ଜଡିତ ଏକ ଘଟଣା ବିଷୟରେ କହିଛନ୍ତି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି। ଯୁବତୀ ଜଣଙ୍କ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା ସେ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କୁ ଭେଟିଥିଲେ ଓ ତାଙ୍କ ପ୍ରେମରେ ପଡିଯାଇଥିଲେ। ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ମଝିରେ ମଝିରେ ଯୁବକ ଜଣକ ତାଙ୍କ ଘରକୁ ଆସନ୍ତି ଆଉ ଘରେ ରହି ଘର କାମରେ ତାଙ୍କ ବାପାମାଆଙ୍କୁ ସାହାଯ୍ୟ କରନ୍ତି।

ରୋମାନ୍ସ କରୁଥିଲେ ମା ଓ ପ୍ରେମିକ:

ଏହି ସମୟରେ ଯୁବତୀଙ୍କ ମା ଯୁବକଙ୍କ ପ୍ରତି ଆକର୍ଷିତ ହେଲେ। ସେମାନଙ୍କ ମଧ୍ୟ ଅତି ଘନିଷ୍ଠ ସମ୍ପର୍କ ଦେଖାଯିବା ଆରମ୍ଭ ହେଲା। ଦୁହେଁ ପରସ୍ପର ସହିତ ବହୁତ କଥାବାର୍ତ୍ତା ହେଉଥିଲେ ଆଉ ଥଟ୍ଟା ମଜ୍ଜା ମଧ୍ୟ କରୁଥିଲେ। ଯୁବତୀ ଜଣକ କହିଛନ୍ତି ଯେ ଯେତେହୁ ସେ ସେତେବେଳେ ଛୋଟ ଥିଲେ, ତେଣୁ ସେ ଏହି ଜିନିଷଗୁଡ଼ିକୁ କୌଣସି ଭୁଲ୍ ଭାବି ନ ଥିଲେ। କିନ୍ତୁ ଦିନେ ଯେତେବେଳେ ତାଙ୍କ ବାପା ଏକ ଘରେ ଶୋଇଥିଲେ, ସେତେବେଳେ ତାଙ୍କ ମା’ ଓ ପ୍ରେମିକ ରୋଷେଇ ଘରେ ବାସନ ଧୋଉଥିଲେ। ଯୁବତୀଙ୍କର ସନ୍ଦେହ ହେବାକୁ ସେ ପାଦ ଚିପିଚିପି ରୋଷେଇ ଘର ଆଡେ ଗଲେ। ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିବାକୁ ଲାଗିଲା। ସେ ଦେଖିଲେ ଉଭୟ ପରସ୍ପରଙ୍କୁ ଚୁମ୍ବନ ଦେଉଛନ୍ତି।

Advertisment

ଯୁବତୀଙ୍କୁ ପାଗଳ କରିବାକୁ ମା’ଙ୍କ ଚେଷ୍ଟା:

ମା ଓ ପ୍ରେମିକଙ୍କ ରୋମାନ୍ସ ଦେଖି ତାଙ୍କ ହୋସ୍ ଉଡ଼ିଗଲା। ଯେତେବେଳେ ସେ ମାଆଙ୍କୁ ଏ ବିଷୟରେ ପଚାରିଲେ, ସେ ଚତୁରତାର ସହିତ ନିଜ ଝିଅକୁ ପାଗଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲେ ଏବଂ ପରଦିନ ସେ ତାଙ୍କୁ ଏକ ମନୋବିଜ୍ଞାନୀଙ୍କ ପାଖକୁ ନେଇଥିଲେ। ଏହା ଭିତରେ କିଛି ମାସ ବିତିଗଲା ଏବଂ ଯୁବତୀ ଜଣକୁ ଏହି ଘଟଣାକୁ ଭୁଲିଗଲା। କିନ୍ତୁ ସେ ସବୁବେଳେ ଦେଖେ ଯେ ବିଳମ୍ବିତ ରାତିରେ ତାଙ୍କ ମା’ ଓ ପ୍ରେମିକା ନିଜ ନିଜ କୋଠରୀରୁ ବାହାରକୁ ଯାଆନ୍ତି ଆଉ ତଳ ମହଲାରେ କାର୍‌ରେ ବସନ୍ତି। ଯୁବତୀ ଜଣଙ୍କ ଭାବିଲେ ସେ ବୋଧେ ପାଗଳ। ତେଣୁ ସେ ଏଥିପ୍ରତି ଧ୍ୟାନ ଦେଲେ ନାହିଁ।

The mother was pregnant by her daughter's boyfriend, and marriedଝିଅର ପ୍ରେମିକ ଦ୍ୱାରା ଗର୍ଭବତୀ ହେଲେ ମା’, ବାହାହେଲେ

ଝିଅର ପ୍ରେମିକ ଦ୍ୱାରା ମା’ ଗର୍ଭବତୀ:

ତାଙ୍କର ୧୮ତମ ଜନ୍ମଦିନ ପରେ ସେ ଦିନେ ତାଙ୍କ ପ୍ରେମିକ ଓ ତାଙ୍କ ପରିବାର ସହିତ ଡିନର୍ କରିବାକୁ ଯାଉଥିଲେ ଯେତେବେଳେ ସେ ତାଙ୍କ ପ୍ରେମିକଙ୍କ ଫୋନରେ ତାଙ୍କ ମା’ଙ୍କ ଅଶ୍ଳୀଳ ମେସେଜ୍ ଦେଖିବାକୁ ପାଇଲେ। ତା’ପରେ ତାଙ୍କ କ୍ରୋଧ ପଞ୍ଚମକୁ ଉଠିଗଲା। ସପ୍ତମ ସ୍ୱର୍ଗରେ ପହଞ୍ଚିଲା। ସେ ସଙ୍ଗେ ସଙ୍ଗେ ଯାଇ ତାଙ୍କ ବାପାଙ୍କୁ ସବୁକିଛି କହିଦେଲେ। ବାପା ଏହା ଶୁଣି ବହୁତ ଆଘାତ ପାଇଲେ। ଯେତେବେଳେ ବାପା ଓ ଝିଅ ଘରେ ପହଞ୍ଚିଲେ ଦେଖିଲେ ଯେ, ମାଆ ନିଜ ପୋଷାକପତ୍ର ଓ କାର୍‌ ସହିତ ଫେରାର ହୋଇଯାଇଛନ୍ତି।

ଏହି ଘଟଣାର ୪ ବର୍ଷ ଅତିକ୍ରମ ପରେ ବି ଝିଅର ମା’ ସହିତ କୌଣସି ସମ୍ପର୍କ ନାହିଁ। ସେ କୁହନ୍ତି ଯେ ତାଙ୍କ ମାଆ ତାଙ୍କ ପ୍ରେମିକଙ୍କ ଦ୍ୱାରା ଗର୍ଭବତୀ ହୋଇଛନ୍ତି ଏବଂ ଦୁହେଁ ମଧ୍ୟ ବିବାହ କରିନେଇଛନ୍ତି। ଟିକ୍‌ଟକ୍‌ରେ ଲୋକମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସମସ୍ତେ ଯୁବତୀଙ୍କୁ ସାହସ ରଖିବା ନେଇ ପରାମର୍ଶ ଦେଉଛନ୍ତି।

Ajab Gajab
Advertisment
Advertisment