• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଳି କି ଭଳି ଗଛ ସାଙ୍ଗକୁ ଚାରିପଟେ ସବୁଜ ପରିବେଶ । ତାହା ବି ଆଲଫାବେଟିକାଲି, ଗୋଟିଏ ପରେ ଗୋଟିଏ ଗଛ ରୋପଣ କରାଯାଇଛି । ଏହା ଏକ ଚିତ୍ତବିନୋଦନ କେନ୍ଦ୍ର ବା ପାର୍କର ଭ୍ରମ ସୃଷ୍ଟି କରୁଛି । ହେଲେ ଏହା ପାର୍କ ନୁହେଁ ବନବିଭାଗ ଦ୍ୱାରା ଜାପାନୀଜ ପ୍ରକ୍ରିୟାରେ କରାଯାଇଥିବା ମିୟାଓ୍ୱାକି ବନୀକରଣ । ଯେଉଁଠି କି ଭଳିକି ଭଳି ଔଷଧୀୟ ବୃକ୍ଷ ସହ ବିଭିନ୍ନ କିଷମର ଫଳ ଉଦ୍ୟାନ ରହିଛି ।

ଭୂତଳ ଜଳ, ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବା ହେଉଛି ଏହି ବନୀକରଣ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ । ଆଲଫାବେଟିକାଲ ମିୟାଓ୍ୱାକି ବନିକରଣ ସବୁଜ ବନାନୀ ଜଙ୍ଗଲ ସୃଷ୍ଟି ସହ ମୂଲ୍ୟବାନ ଜଙ୍ଗଲର ପ୍ରଦର୍ଶନୀ ଉଦ୍ଦେଶ୍ୟରେ ଜୟପୁର ବନଖଣ୍ଡ ନିର୍ମାଣ କରିଛି ।

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ ଏପରି ବନିକରଣ ସୃଷ୍ଟି କରିବା ପାଇଁ ଯୋଜନା କରାଯାଇଛି । କୋରାପୁଟରେ ପ୍ରଥମ ପର୍ଯ୍ୟାୟରେ ଜୟପୁର ସମେତ ବୋରିଗୁମ୍ମା, କୋଟପଡା ଓ ବୈପାରିଗୁଡାରେ ଏଭଳି ବନୀକରଣ କରାଯାଇଛି ।

ଜୟପୁର ବ୍ଲକ ମକାପୁଟ ଠାରେ ଏକ ହେର ବା ସାଢେ ଦୁଇ ଏକର ପରିମିତ ଜମିରେ ସହାରାଞ୍ଚଳ ବନିକରଣ କରାଯାଇଛି । ଏଠାରରେ ୮ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି । ଡ୍ରିପ ଇରଗେସନ ମାଧ୍ୟମରେ ବିଭିନ୍ନ କିଷମର ଔଷଦୀୟ ବୃକ୍ଷ ସହ ହରିଡା, ବାହାଡା, ଗଙ୍ଗସିଉଳି ଆଦି ବନ ସୃଷ୍ଟି କରାଯାଇଛି । ପରିବେଶବିତ୍ ଜାପାନୀଜ ପଦ୍ଧତିର ବୃକ୍ଷରୋପଣକୁ ବେଶ୍ ସ୍ୱାଗତ କରିଛନ୍ତି ।