Advertisment

ଆଶ୍ଚର୍ଯ୍ୟ !!! ଶବ ଭାବି ନେଇଥିଲେ ମଶାଣି, ହଠାତ୍ ଚେତା ଫେରିପାଇଲେ ବୃଦ୍ଧ

ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୃତ ବୋଲି ଭାବି ପରିବାର ଲୋକ ତାଙ୍କ ଶବଦାହ କରିବାକୁ ନେଇଗଲେ । ମୁଖାଗ୍ନି ଦିଆଯିବା ପୂର୍ବର ଠିକ୍ ପୂର୍ବରୁ ବୃଦ୍ଧ ବ୍ୟକ୍ତିଙ୍କ ହୋସ୍‌ ଆସିଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
old woman

old woman

ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୃତ ବୋଲି ଭାବି ପରିବାର ଲୋକ ତାଙ୍କୁ ଶେଷ ରୀତିନୀତି ପାଇଁ ଶ୍ମଶାନକୁ ନେଇଥିଲେ । ହେଲେ ଶେଷ ରୀତିନୀତିର  ଠିକ୍ କିଛି ସମୟ ପୂର୍ବରୁ ଅର୍ଥାତ ମୁଖାଗ୍ନି ଦିଆଯିବା ପୂର୍ବରୁ ବୃଦ୍ଧଙ୍କ ହୋସ୍‌ ଆସିଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Advertisment

ପରିବାର ସଦସ୍ୟଙ୍କ ଭୁଲ୍‌ କ’ଣ ଥିଲା?

ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ନକରି ତାଙ୍କ ପରିବାର ବୃଦ୍ଧଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ । ଡିସଚାର୍ଜ ସମୟରେ ଡାକ୍ତରଖାନା ଡିସଚାର୍ଜ କାଗଜରେ LAMA (Left Against Medical Advice) ଲେଖାହୋଇଥିଲା ।

ସୂଚନା ଅନୁସାରେ, ବୃଦ୍ଧ ଜଣକ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ଦ୍ୱାରିକାର ଭେଙ୍କେଟେଶର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭେଣ୍ଟିଲେଟରର ଖର୍ଚ୍ଚ ଏତେ ଅଧିକ ଥିଲା ଯେ, ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ବୃଦ୍ଧଙ୍କୁ ଘରକୁ ଫେରାଇ ନେଇଥିଲେ । ସେହିସମୟରେ ଭେଣ୍ଟିଲେଟରକୁ ବାହାରକରିବା ମାତ୍ରେ ହିଁ ବୃଦ୍ଧ ଜଣକ ନିଶ୍ୱାସ ନେବା ବନ୍ଦ କରିଦେଇଥିଲେ । ଫଳରେ ତାଙ୍କ ପରିବାର ସଦସ୍ୟ ଭାବିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ବୃଦ୍ଧଙ୍କର ଶେଷ ରୀତିନୀତି ପାଇଁ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଯେତେବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜୁଇ ଉପରେ ରଖାଗଲା ଠିକ୍‌ ସେହି ସମୟରେ ବୃଦ୍ଧଙ୍କ ଚେତା ଫେରିଥିଲା ଓ ସେ ନିଶ୍ୱାସ ନେବାକୁ ଆରମ୍ଭ କରିଦେଇଥିଲେ ।

Advertisment

ବୃଦ୍ଧଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଗଲା

ବୃଦ୍ଧଙ୍କ ଚେତା ଫେରିବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ପିସିଆର୍‌କୁ କଲ୍‌ କଲେ । ଯାହା ପରେ ଘଟଣାସ୍ଥଳରେ ଉଭୟ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ବୃଦ୍ଧଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ,ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଡାକ୍ତରଖାନାର ଅବହେଳା ହୋଇଥିବାର କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ହେଲେ ମାମଲାର ତଦନ୍ତ ଜାରି ରହିଛି ।

Delhi Viral News
Advertisment
Advertisment