• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ବିବାହିତଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ଉପହାର । ଏନେଇ ଆଜି ଘୋଣା କରାଯାଇଛି । ନବ ଦମ୍ପତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଦିଆଯିବ ସ୍ୱତନ୍ତ୍ର ଉପହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମିଳିବ ‘ନବ ଦମ୍ପତି ଗିଫ୍ଟ’ ।

ଏହି ସ୍ୱତନ୍ତ୍ର ପ୍ୟାକେଟ୍‌ରେ କଣ୍ଡୋମ୍, ଓରାଲ୍ କଣ୍ଟ୍ରାସେପଟିକ୍ ପିଲ୍, ପ୍ରେଗନେନ୍ସି ଟେଷ୍ଟିଂ କିଟ୍ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ପୁସ୍ତକ ବି ରହିବ । ଏହାସହ ବିବାହ ପଞ୍ଜୀକରଣ ଫର୍ମ, ଟାୱାଲ୍, ଆଇନା, ପାନିଆ ଭଳି ଜିନିଷ ବି ରହିବ । ଆସନ୍ତା ସେପ୍ଟେମ୍ବରରୁ ଏହି ଯୋଜନା ଆରମ୍ଭ ହେବ । ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now