• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ବିନୟ ବ୍ୟବହାର କରିଥିବା ବନ୍ଧୁକକୁ ପୋଲିସ ଜବତ କରିଛି । ଏହାସହ ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ସିଆରପି ଛକରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଅଳ୍ପକେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ବର୍ତ୍ତିଯାଇଥିଲେ ।

ଗତକାଲି ସିଆରପିରେ ବିଭୂ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇ ଥିବା ସମୟରେ ୨ ଜଣ ଦୁର୍ବୁତ୍ତ ପହଞ୍ଚିଥିଲେ । ଆଉ ରାଜନୈତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଥିଲେ । ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା । ହେଲେ ବିଭୂ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଘଟଣାସ୍ଥଳରୁ ୨ ଜଣ ବନ୍ଧୁକଧାରୀ ଦୁର୍ବୁତ୍ତ ଚମ୍ପଟ ମାରିଥିଲେ ।