Advertisment

ରାଜଧାନୀରେ ଗୁଳିକାଣ୍ଡ ମାମଲାର ନୂଆ ମୋଡ; ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିଲା ଅଭିଯୁକ୍ତ

ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି ।

author-image
Otv Khabar Bureau
The firearm seized from accused Binay Acharya belongs to his wife and is licensed one.

The firearm seized from accused Binay Acharya belongs to his wife and is licensed one.

ଭୁବନେଶ୍ୱର ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ବିନୟ ବ୍ୟବହାର କରିଥିବା ବନ୍ଧୁକକୁ ପୋଲିସ ଜବତ କରିଛି । ଏହାସହ ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Advertisment

ସୂଚନା ଅନୁସାରେ, ଗତକାଲି ସିଆରପି ଛକରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଅଳ୍ପକେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ବର୍ତ୍ତିଯାଇଥିଲେ ।

ଗତକାଲି ସିଆରପିରେ ବିଭୂ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇ ଥିବା ସମୟରେ ୨ ଜଣ ଦୁର୍ବୁତ୍ତ ପହଞ୍ଚିଥିଲେ । ଆଉ ରାଜନୈତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଥିଲେ । ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା । ହେଲେ ବିଭୂ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଘଟଣାସ୍ଥଳରୁ ୨ ଜଣ ବନ୍ଧୁକଧାରୀ ଦୁର୍ବୁତ୍ତ ଚମ୍ପଟ ମାରିଥିଲେ ।

Advertisment
CRP Square Bhubaneswar Firing Blank Firing
Advertisment
Advertisment