Advertisment

କଙ୍କଡା ଉପଦ୍ରବ; ରାସ୍ତା-କାନ୍ଥବାଡକୁ କବ୍‌ଜା କଲେ

କଙ୍କଡାଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଏ। ତେବେ ଏହି ଘଟଣା ପ୍ରଥମ ନୁହେଁ। ସେମାନେ ପ୍ରତିବର୍ଷ ବାହାରକୁ ଆସୁଥିବା ବେଳେ ଏଥର ଶୀଘ୍ର ଆସିଯାଇଛନ୍ତି। ସ୍ଥାନୀୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
The facts of crab Cuban disaster

The facts of crab Cuban disaster

ଆଜିକାଲି କ୍ୟୁବାର ଲୋକମାନେ ଏକ ଅଜବ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ସମସ୍ୟା କ’ଣ ଜାଣିବା ପରେ ଆପଣ ହୁଏତ ବିଶ୍ୱାସ କରି ପାରିବେ ନାହିଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ସମସ୍ୟାଟି ହେଉଛି କ୍ୟୁବାର ରାସ୍ତାଘାଟରେ ହଜାର ହଜାର କଙ୍କଡାଙ୍କ ରାଜ। ଖାଲି ରାସ୍ତା ନୁହେଁ ଘରର କାନ୍ଥା ବାଡକୁ ବି ଏମାନେ କବ୍ଜା କରିନେଇଛନ୍ତି। ବିଭିନ୍ନ ପ୍ରକାରର କଙ୍କଡା ଏବେ ଏହି ଅଞ୍ଚଳକୁ ଦଖଲ କରିଛନ୍ତି। କ୍ୟୁବାର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ନାଲି, କମଳା ଏବଂ ହଳଦିଆ ରଙ୍ଗର କଙ୍କଡା ଦେଖିବାକୁ ମିଳୁଛି।

Advertisment

କଙ୍କଡାଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଏ। ତେବେ ଏହି ଘଟଣା ପ୍ରଥମ ନୁହେଁ। ସେମାନେ ପ୍ରତିବର୍ଷ ବାହାରକୁ ଆସୁଥିବା ବେଳେ ଏଥର ଶୀଘ୍ର ଆସିଯାଇଛନ୍ତି। ସ୍ଥାନୀୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କରୋନା କାଳର ଲକ୍‌ଡାଉନ୍ କଙ୍କଡାଙ୍କ ଏଭଳି ଉପଦ୍ରବ ପାଇଁ ଫାଇଦା ହୋଇଛି। କାରଣ ମହାମାରୀର ମୁକାବିଲା ପାଇଁ ଲଗାଯାଇଥିବା ତାଲାବନ୍ଦ ଯୋଗୁଁ ଲୋକେ ରାସ୍ତାଠାରୁ ସମୁଦ୍ର ଅଞ୍ଚଳକୁ ଯିବା ପ୍ରାୟତଃ ବନ୍ଦ ହୋଇଯାଇଥିଲା। ଫଳରେ କଙ୍କଡାମାନେ ଯେକୌସି ସ୍ଥାନରେ ବୁଲିବାର ସୁଯୋଗ ପାଇଥିଲେ। ଲକ୍‌ଡାଉନ୍ ଯୋଗୁଁ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ଏହି କାରଣରୁ କଙ୍କଡାମାନେ ରାସ୍ତା ଓ ଅନ୍ୟ ଜାଗାରେ ପ୍ରଜନନ କରିଥିଲେ ଏବଂ ସେମାନଙ୍କ ସଂଖ୍ୟା ବଢିଯାଇଥିଲା।

Advertisment

କ୍ୟୁବାର ଦକ୍ଷିଣରେ ଅବସ୍ଥିତ ୱେ ଅଫ୍‌ ପିଗ୍ସର ଗୋଟିଏ ପାର୍ଶ୍ୱରେ ସମୁଦ୍ର ଅଛି ଏବଂ ଏହାର କୂଳରେ ଜଙ୍ଗଲ ଅଛି। ଲକ୍‌ଡାଉନ୍‌ରେ ସମୁଦ୍ର ଓ ଜଙ୍ଗଲରୁ ଆସିଥିବା ଶୂନଶାନ ରାସ୍ତା କଙ୍କଡାଙ୍କ ପାଇଁ ଫାଇଦା ହୋଇଥିଲା। ଏହାପୂର୍ବରୁ, ଯେତେବେଳେ ସେମାନେ ରାସ୍ତାକୁ ଆସୁଥିଲେ ଗାଡି ଧକ୍କାରେ ଅନେଇ ମରୁଥିଲେ। କରୋନା କାରଣରୁ ଲକ୍‌ଡାଉନ୍‌ରେ ସେମାନଙ୍କ ପାଇଁ ଲାଭଦାୟକ ହୋଇଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ଓ ଆକାର ବୃଦ୍ଧି ପାଇଯାଇଛି।

କ୍ୟୁବା ପରିବେଶ ମନ୍ତ୍ରଣାଳୟର ବୈଜ୍ଞାନିକ ରିନାଲ୍ଡୋ ସାଣ୍ଟାନା ଏଗ୍‌ବିଲର କହିଛନ୍ତି ଯେ କଙ୍କଡାଗୁଡ଼ିକ କାହିଁକି ଏବଂ କିପରି ଏତେ ଶୀଘ୍ର ବାହାରିଲେ ତାହା ଜାଣିବାକୁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି। ରିନାଲ୍ଡୋ କହିଛନ୍ତି ଯେ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି ସତ କିନ୍ତୁ ଏହି ସମୟରେ ସେମାନେ ବାହାରନ୍ତି ନାହିଁ। ତେବେ କାହିଁକି ବାହାରିଲେ ତାହା ଜଣା ପଡୁ ନାହିଁ। ଏବେ କ୍ୟୁବାରେ କଙ୍କଡାମାନେ ଏକ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେମାନେ ରାସ୍ତା ଠାରୁ ଆରମ୍ଭ କରି ଘରର କାନ୍ଥ ପର୍ଯ୍ୟନ୍ତ ସବୁ ଦଖଲ କରିଛନ୍ତି। ଏହି କଙ୍କଡା ଉପଦ୍ରବ କ୍ୟୁବାର ଲୋକଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି।

Ajab Gajab
Advertisment
Advertisment