• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିବାହ ତ ସମସ୍ତେ କରିଥାନ୍ତି । କିଏ ମଣ୍ଡପରେ ତ ଆଉ କିଏ ମନ୍ଦିରରେ ଏମିତିକି ସମସ୍ତେ ନିଜ ନିଜ ସୁବିଧା ଓ କ୍ଷମତା ଅନୁଯାୟୀ ବିବାହର ସ୍ଥାନ ନିର୍ଦ୍ଧାରଣ କରିଥାନ୍ତି । ହେଲେ ପାଣ୍ଡିରେ ବିବାହ ହୋଇଥିବାର କେବେ ଶୁଣିଛନ୍ତି କି ? ହୁଏତ କଥଟା ଟିଏ ଅଡ଼ୁଆ ଲାଗିଥାଇପାରେ ହେଲେ ଏହା ହିଁ ସତ । ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା  ବଡମାଲ ଫାଣ୍ଡିରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଯେଉଁଠି ନାଁ ଥିଲା ପଣ୍ଡିତର ମନ୍ତ୍ରପାଠ, ନାଁ ଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା କେବଳ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ନିଆରା ଢଙ୍ଗରେ ଥାନାରେ ବିବାହ ସମ୍ପଣ୍ଣ ହୋଇଛି । କେବଳ ଏତିକି ନୁହେଁ ଉଭୟ ଙ୍କ ପ୍ରେମ କାହାଣୀ ବି ଭିନ୍ନ ଢଙ୍ଗର ଥିଲା ।

ସୂଚନା ଅନୁସାରେ, ଗତ ୪ ବର୍ଷତଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବାନ୍ଧନପାଲି ଗାଁର ଲକ୍ଷପତି ପାତ୍ର ନିଜେ ବିବାହ ପାଇଁ ପ୍ରସ୍ତାବ ନେଇ, ସମ୍ବଲପୁର ଜିଲ୍ଲା ବଡମାଲ ଫାଣ୍ଡି ଭାଲିକଟା ପଞ୍ଚାୟତ, କାଉଁସିପାଣି ଗାଁର ପ୍ରଭାତୀ ବଘାରଙ୍କ ଘରକୁ ଯାଇଥିଲେ । ସେଠାରୁ ହିଁ ସେମାନଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହାର ଠିକ୍‌ ଦୁଇ ବର୍ଷ ବ୍ୟବଧାନରେ ଉଭୟଙ୍କ ପରିବାରରୁ ଜଣେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ଯାହାକୁ ଏକ ଅନ୍ଧବିଶ୍ୱାସ ମନେକରି ପରିବାର ଲୋକେ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ଏମିତିକି ପ୍ରେମିକଙ୍କ ପରିବାର ଲୋକେ ଲକ୍ଷପତିଙ୍କ ବିବାହ ଅନ୍ୟ ସ୍ଥାନରେ ସ୍ଥିର କରିଦେଇଥିଲେ । ବିବାହ ପୂର୍ବରୁ ଶେଷଥର ପାଇଁ ପ୍ରେମିକ ଓ ପ୍ରେମିକା ନିଷ୍ପତ୍ତି ନେଇଥିଲେ । ଶେଷ ଇଛା ପୂର୍ଣ୍ଣ ପାଇଁ ସୁଦୁର ୧୦୦କି.ମ ଦୂରରୁ ନିଜ ଗାଁରୁ ଲକ୍ଷପତି ପାତ୍ର ଆସି ପ୍ରେମିକା ଘରେ ପହଂଚିଥିଲେ । ହେଲେ ଉଭୟ ନିଷ୍ପତି ବଦଳାଇ ବିବାହ ପାଇଁ ସ୍ଥିର କରିଲେ ।

ସେହି ଉଭୟଙ୍କ ପ୍ରେମରେ ପରିବାର ବାଧକ ସାଜୁଥିବାରୁ ପୋଲିସର ସହାୟତାରେ ବଡମାଲ ଫାଣ୍ଡିରେ ବରଣ ମାଳା ଓ ସିନ୍ଦୁର ପିନ୍ଧାଇ ସାତଜନମ ପାଇଁ ଜୀବନସାଥି ହୋଇଗଲେ । ଫାଣ୍ଡିରେ ଏପରି ବିବାହ ହୋଇଥିବାରୁ ଫାଣ୍ଡି ଅଧିକାରୀ , ଜନସାଧରଣ ବି ଖୁସି ବୋଲି କହିଛନ୍ତି । କଥାରେ ଅଛି ପ୍ରେମ ଆଗରେ କୌଣସି ବାଧାବିଘ୍ନ କାମକରେନି ଯାହା ପ୍ରେମିକ ଓ ପ୍ରେମିକା ବାସ୍ତବରେ ପ୍ରମାଣିତ କରିଦେଲେ । ଯାହାର ଫଳ ସ୍ୱରୁପ ଦୁହେଁ ଦୁହିଁଙ୍କୁ ନିଜ ଜୀବନ ସାଥି ଭାବରେ ପାଇପାରିଛନ୍ତି ।