Advertisment

ପୁରୀରୁ ଉଦ୍ଧାର ହୋଇଥିବା ସିଂହ ମୂର୍ତ୍ତିର ଅନୁଧ୍ୟାନ କଲେ ଏଏସ୍ଆଇ ଅଧୀକ୍ଷକ

ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କଲେ ।

ଅଦ୍ୟତନ ହୋଇଛି
lion statue

lion statue

Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣାରେ ନୂଆ ମୋଡ଼ । ଘଟଣାସ୍ଥଳକୁ ଯାଇ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କରିଛନ୍ତି । ଗଣମାଧ୍ୟମରେ ପ୍ରସାରଣର ୩୦ ଘଣ୍ଟା ପରେ ଅନୁଧ୍ୟାନ କଲେ ASI ଅଧୀକ୍ଷକ ଓ ପୁରୀ ଉପଜିଲ୍ଲାପାଳ ।

Advertisment

ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆହୁରି ତେଜିବାକୁ ଯାଉଛି ଆଇନଗତ ଲଢ଼େଇ ।  ସୂଚନା ଅନୁସାରେ ନିଷିଦ୍ଧାଞ୍ଚଳରେ ଚାଲିଥିବା ପ୍ରକଳ୍ପ କାମରେ ଆମ୍‌ସାର୍‌ ଆକ୍ଟର ଖୋଲାଖୋଲି ଉଲ୍ଲଂଘନ ଓ ଏଥିଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଘୋର ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

 ସେପଟେ ପୁରୀ ଏମଆର ମଠ ପରିସରରେ ଶ୍ରୀଜଗନ୍ନାଥ ହେରିଟେଜ୍ ପ୍ରକଳ୍ପ ପାଇଁ ଚାଲିଥିବା ଖନନ ସ୍ଥଳରୁ ଖଣ୍ଡ ବିଖଣ୍ଡିତ ସିଂହମୂର୍ତ୍ତି ମିଳିବା ପରେ ଭକ୍ତ ଓ ଐତିହ୍ୟପ୍ରେମୀଙ୍କ ମନରେ ତୀବ୍ର ଆଲୋଡ଼ନ । ଖାଲି ସେତିକି ନୁହେଁ, କ୍ଷତାକ୍ତ ହୋଇଛି ଏମଆର ମଠ କାନ୍ଥରେ ଚିତ୍ରିତ ଦୁର୍ଲଭ ରାମାଭିଷେକ ମୂର୍ତ୍ତି ।

Advertisment

ଏଣେ ପ୍ରକଳ୍ପ ବିରୋଧୀଙ୍କ ଆକ୍ସନକୁ ଦେଖି ଛାନିଆ ରାଜ୍ୟ ସରକାର । ମାମଲାକୁ ନେଇ ଗତ ୯ ତାରିଖରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କିଛି ବ୍ୟକ୍ତି ବା ଅନୁଷ୍ଠାନ ସୁପ୍ରିମକୋର୍ଟ ଯିବା ସମ୍ଭାବନା ଥିବାରୁ ଆଇନଜୀବୀ ଗୌରବ ଖାନ୍ନାଙ୍କୁ ଆଡଭୋକେଟ୍ ଅନ୍ ରେକର୍ଡ ଭାବେ ନିଯୁକ୍ତି ଦେବାକୁ ଗତ ୧୨ ତାରିଖରେ ଆଇନ ବିଭାଗକୁ ଚିଠି ଲଖିଛି ପୂର୍ତ୍ତ ବିଭାଗ । ପରେ ୧୩ ତାରିଖ ଦିନ ପୂର୍ତ୍ତ ବିଭାଗ, ଓବିସିସିକୁ ଚିଠି ଲେଖି ସୁପ୍ରିମକୋର୍ଟରେ କ୍ୟାଭେଟ୍ ଫାଇଲ୍ କରିବା ପାଇଁ ଜଣାଇଛି । 

Puri Shri Jagannath Heritage Corridor Lion Statue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ