/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710260855.jpg)
Garbage Problem
ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଝାଡୁ ବର୍ଜନ କରି ବିଏମସି ଅଫିସ୍ ଘେରାଉ କରିଥିଲେ ସଫେଇ କର୍ମଚାରୀ। ମାସିକ ୧୫ ହଜାର ଦରମା ଦାବି ସହ ଅଳିଆ ପୃଥକୀକରଣକୁ ବିରୋଧ କରି ଜାରି ରହିଛି ସଫେଇ କର୍ମୀଙ୍କ ଆନ୍ଦୋଳନ। ତେବେ ଦ୍ୱିତୀୟ ଦିନରେ ଆଲୋଚନା ସଫଳ ବୋଲି ବିଏମସି କହିଥିବା ବେଳେ ସଫେଇ କର୍ମଚାରୀ କିନ୍ତୁ ଝାଡୁ ବର୍ଜନ ନିଷ୍ପତ୍ତିରେ ଅଟଳ।
ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା। ସବୁଠି କୁଢ଼ କୁଢ଼ ଅଳିଆ। ଦୁର୍ଗନ୍ଧରେ ଫାଟି ପଡ଼ୁଛି ପୁରା ଅଞ୍ଚଳ। ଗତକାଲିଠୁ ୫୩ଟି ୱାର୍ଡର ସଫେଇ କର୍ମଚାରୀଙ୍କ ଝାଡୁ ବର୍ଜନ ଆନ୍ଦୋଳନର ଫଳ ସ୍ୱରପ ସ୍ମାର୍ଟ ସିଟି ରାଜଧାନୀର ଦୃଶ୍ୟ। ସବୁଠି ଅଳିଆର ପାହାଡ। ଆଉ ଦୁର୍ଗନ୍ଧରେ ପେଶି ହେଉଛନ୍ତି ସାଧାରଣ ଜନତା।
ସେପଟେ ଗତକାଲିର ଶାନ୍ତିପୂର୍ଣ୍ଣ ଧାରଣା ଆଜି ନେଇଛି ଉଗ୍ର ରୂପ। ଅଳିଆ ଠେଲା ଗାଡି, ହାତରେ ଝାଡୁ ଧରି ଶହଶହ ସଫେଇ କର୍ମଚାରୀ ରାଜମହଲରୁ ରାଲି କରି ପହଞ୍ଚିଥିଲେ ବିଏମସି କାର୍ଯ୍ୟାଳୟ ଆଗରେ। ଦୀର୍ଘ ସମୟର ବିକ୍ଷୋଭ ଏବଂ ନାରାବାଜି ପରେ ଉଭୟ ମେୟର ଏବଂ କମିଶନରଙ୍କ ସହ ଆଲୋଚନା ହୋଇଥିଲା। ତେବେ ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ୩ ଦିନ ଓ ଅଳିଆ ପୃଥକୀକରଣ ବନ୍ଦ କରିବାକୁ ୧୫ ଦିନର ସମୟ ମାଗିଛି ବିଏମସି। ସେପଟେ କିନ୍ତୁ ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ସଫେଇ କର୍ମଚାରୀ।
ବିଏମସି ଏବଂ ସଫେଇ କର୍ମଚାରୀଙ୍କ ଭିତରେ ଚାଲିଥିବା ଛକାପଞ୍ଝା ଭିତରେ କିନ୍ତୁ ହଇରାଣ ସାଧାରଣ ଜନତା। ସେପଟେ ୫୪ ନମ୍ବର ୱାର୍ଡରେ କର୍ପୋରେଟର ନିଜେ ହାତରେ ଝାଡୁ ଧରି କରିଛନ୍ତି ୱାର୍ଡର ସଫେଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)