• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଣୀବିହାର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅସନ୍ତୋଷ ଦେଖାଦେଇଛି । ପିଜି କାଉନସିଲ୍ ହଲରେ ଚାଲିଥିବା ଆଲୋଚନା ଚକ୍ରରେ ଗଣ୍ଡଗୋଳ ହୋଇଛି । ସିଟିଜେନ୍ସ ଫୋରମ ତରଫରୁ ପିଜି କାଉନସିଲ ଅଡିଟୋରିୟମ ଠାରେ ‘ସମ୍ବିଧାନ ଏବଂ ଶିକ୍ଷା’ ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା l ଜେଏନୟୁର ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ଦେଖାଦେଇଥିଲା ।

ସିଟିଜେନ୍ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା । ଗଣ୍ଡଗୋଳରେ ୨ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ପରସ୍ପର ବିରୋଧରେ ସହିଦନଗର ଥାନାରେ ଏତଲା ଦିଆଯାଇଛି ।