Advertisment

‘ପିଲା ମୋର ଛାଟିପିଟି ହେଉଥିଲା, ନର୍ସଙ୍କୁ ଡାକିଲି . . ’

ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରୁଥିଲେ, ଏବେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଶିଶୁ ଗୁରୁତର ଥିବାବେଳେ ଡାକ୍ତର ନଆସି ନର୍ସଙ୍କ ଦ୍ୱାରା ଚିକିତ୍ସା କରାଯିବାରୁ ପିଲାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ।

Advertisment

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗାଁର ଅନିଲ୍ କୁମାର ବିଷୋୟୀଙ୍କ ପୁଅ ଆୟୁଷଙ୍କୁ ଜ୍ୱର ହୋଇଥିଲା । ଗତକାଲି ରାତିରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ପରିବାର ଲୋକେ ପିଲାଟିକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଡାକ୍ତର ନଥିବା ବେଳେ ନର୍ସ ଶିଶୁଟିର ଚିକିତ୍ସା କରିଥିଲେ । ପରେ ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ମୃତକ ଶିଶୁର ବାପା କହିଛନ୍ତି, ପିଲାକୁ ଡାକ୍ତରଖାନା ନେବା ପରେ ତାକୁ ଅକ୍ସିଜେନ୍‌ ଲଗାଇ ଦେଇଥିଲେ ନର୍ସ ଦିଦି । ଆଉ ତା’ପରେ ଚାଲିଯାଇଥିଲା । ଅକ୍ସିଜେନ୍‌ ଲାଗିଲା ପରେ ପୁଅ ମୋର ଛାଟିପିଟି ହୋଇଥିଲା । ପୁଅର କଷ୍ଟ ଦେଖି ମୁଁ ତୁରନ୍ତ ଅକ୍ସିଜେନ୍‌ କାଢ଼ି ଦିଦିଙ୍କ ପାଖକୁ ଦୌଡ଼ିଥିଲି । ହେଲେ ସେ କହିଲେ ସେପରି କିଛି ହୋଇନି, ଏମିତି ହେବା ସାଧାରଣ ଘଟଣା ଡାକ୍ତର ଆସିଲେ ଦେଖିବେ । ହେଲେ ଡାକ୍ତର ଆସୁ ଆସୁ ବିଳମ୍ବ ହୋଇଗଲା । ମୋର ଗୋଟିଏ ମାତ୍ର ପୁଅ ଚାଲିଗଲା ବୋଲି ସେ କହିଛନ୍ତି ।

Advertisment

ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଶିଶୁଟିର ମୃତଦେହ ଡାକ୍ତରଖାନାରେ ରଖି ପରିବାର ଲୋକେ ହୋହାଲ୍ଲା କରିଛନ୍ତି। ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍ଓ କହିଛନ୍ତି ।

Child Death
Advertisment
Advertisment