• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାଲି ଅଡ଼ିଓ ଜାରି କରିଥିଲେ ସ୍ୱାମୀ ସୁମିତ୍

  • ତପସ୍ୱିନୀ ମୋତେ ବରବାଦ୍ କରିଦେଲେଣି

  • ଡାକ୍ତର ସୁମିତଙ୍କ ଦରମା ବନ୍ଦ କରିଛନ୍ତି ଗଞ୍ଜାମ ସିଡିଏମ୍ଓ

ବ୍ରହ୍ମପୁର : ବ୍ରହ୍ମପୁର ସହର ବ୍ରହ୍ମାନଗରର ଦମ୍ପତି ଡାକ୍ତର ସୁମିତ ସାହୁ-ତପସ୍ୱିନୀଙ୍କ ମାମଲାର ଆଜି ଶୁଣାଣି । ଆଜି ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟରେ ଶୁଣାଣି ହେବ । ଶୁଣାଣି ପରେ ପରବର୍ତ୍ତୀ ପଦକ୍ଷେପ କଣ ରହିବ, ସେନେଇ ନିଷ୍ପତ୍ତି ନେବେ ଉଭୟ ପକ୍ଷର ଓକିଲ । ତେବେ ସ୍ୱାମୀ ସୁମିତଙ୍କୁ ନିଖୋଜ ଦର୍ଶାଇ ଥାନା ଯିବା ପରେ ବୋଲି ଗତକାଲି ଏକ ଅଡ଼ିଓ ଜାରି କରିଥିଲେ ସ୍ୱାମୀ । ତପସ୍ୱିନୀ ମୋତେ ବରବାଦ୍ କରିଦେଲେଣି ବୋଲି କହିଥିଲେ ।

ନିଜର ମୌଳିକ ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା କଥା ଉଠାଇ ତପସ୍ୱିନୀଙ୍କ ବିରୋଧରେ ବର୍ଷିଥିଲେ । ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ରେଷ୍ଟରେ ଅଛନ୍ତି । ଅସୁସ୍ଥତା ସତ୍ତ୍ୱେ ସାଙ୍ଗ ଓ ସଂପର୍କୀୟଙ୍କୁ କହି ଭଡ଼ା ଘର ଖୋଜା ଚାଲିଛି । କେବଳ ଏତିକି ନୁହେଁ, ଆସିକା ଗେଷ୍ଟହାଉସରେ ସପ୍ତାହକର ରହଣୀ ଭିତରେ ତପସ୍ୱିନୀଙ୍କ ସହ କୌଣସି ସଂପର୍କ ସ୍ଥାପନ ହୋଇନି ବୋଲି କହିଥିଲେ ସୁମିତ୍ ।

ଜବାବରେ ତପସ୍ୱିନୀ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ । ସେପଟେ ଡାକ୍ତର ସୁମିତଙ୍କ ଦରମା ବନ୍ଦ କରିଛନ୍ତି ଗଞ୍ଜାମ ସିଡିଏମ୍ଓ । କେତେଦିନ ଛୁଟିରେ ରହିଲେଣି ସୁମିତ୍, ସେ ସମ୍ପର୍କରେ ତଥ୍ୟ ଦେବାକୁ ବାଲିସିରା ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଗଞ୍ଜାମ ସିଡିଏମ୍ଓ ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବାବେଳେ ଉଭୟଙ୍କୁ ପ୍ରଥମେ ୭ ଦିନ ଲାଗି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର SDJM କୋର୍ଟ । ୩ ଡିସେମ୍ବର, ୨୦୨୧ରେ ଏହି ରାୟ ଆସିଥିଲା । ଡିସେମ୍ବର ୮ରେ ଘରଭଡ଼ା ନେଇ ପୁଣି ଏକାଠି ରହିବାକୁ କହିଥିଲେ । ଏହାପରେ ତପସ୍ୱିନୀ ଓ ସୁମିତ୍ ପୁଣି ସେହି ଗେଷ୍ଟହାଉସ୍‌କୁ ଗଲେ । କିନ୍ତୁ ଦିନକର ରହଣୀ ଭିତରେ ଗେଷ୍ଟ ହାଉସ୍ ଛାଡ଼ି ଚାଲି ଯାଇଥିଲେ ସୁମିତ୍ ।