• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ’ ତପସ୍ୱିନୀ ଶାଶୂଘରକୁ ଯିବ । ଏଇଠୁ ଛାଡ଼ିବାର ନାହିଁ । ଶାଶୂଘରେ ତପସ୍ୱିନୀ ପଶିବା ପରେ ହିଁ ଯିବି । ବୋହୂ ଶାଶୂ ଘରକୁ ଯେପରି ଯିବାକଥା ସେହିପରି ଯିବ । ତା’ର ଅଧିକାର ଅଛି, ତା ସ୍ୱାମୀର ଘର । ଶାଶୂ, ଶ୍ୱଶୁର ସମସ୍ତେ ଅଛନ୍ତି । ତପସ୍ୱିନୀ ଗଲେ ମୁଁ ଏଠାରୁ ଉଠିବି ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଗତକାଲି ଠାରୁ ପୁଣି ଶୀତ କାକରକୁ ଖାତିର ନକରି ବ୍ରହ୍ମାନଗର ସ୍ଥିତ ଶାଶୂଘର ଆଗରେ ତପସ୍ୱିନୀ ଧାରଣା ଦେଇଥିବା ବେଳେ ସାଙ୍ଗରେ ଅଛନ୍ତି ପ୍ରମିଳା ତ୍ରିପାଠୀ”।

ତପସ୍ୱିନୀ- ସୁମିତଙ୍କ କଳି ମଝିରେ ପ୍ରଥମ ଦିନରୁ ହିଁ ସମାଜସେବୀ ପ୍ରମିଳା ତ୍ରିପାଠୀ ସହଯୋଗ କରିଆସୁଛନ୍ତି । ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଭାବି ତାଙ୍କ ସହ ପୂର୍ବରୁ ମଧ୍ୟ ଧାରଣାରେ ବସିଥିଲେ । ତପସ୍ଵିନୀଙ୍କ ପାଇଁ ସେ ବି ଶୀତକାକରରେ ଘର ବାହାରେ ଧାରଣାରେ ବସିଛନ୍ତି । ସେପଟେ ତପସ୍ୱିନୀଙ୍କ ଶାଶୂଘର ଲୋକେ କିନ୍ତୁ ନଛୋଡ଼ବନ୍ଧା । ଘର କବାଟ କିଳି ରହିଛନ୍ତି, ହେଲେ ବୋହୂକୁ ଘରକୁ ପଶେଇ ଦେଉନାହାନ୍ତି ।

ସେପଟେ ଗତକାଲି କୋର୍ଟରେ ତପସ୍ୱିନୀ ଦାଖଲ କରିଥିବା ମେନ୍ ପିଟିସନ୍‌ର କୌଣସି ଶୁଣାଣି ହୋଇନି । ତପସ୍ୱିନୀ କେଉଁଠିକି ଯିବେ ଆଉ ରହିବେ କେଉଁଠି ସେସମ୍ପର୍କରେ ଗତକାଲି ବାହାରିଥିବା ନୋଟିସରେ କିଛି ଉଲ୍ଲେଖ ହୋଇନାହିଁ । ଅର୍ଡରରେ ସମାଧାନର ସୂତ୍ର ନବାହାରିବା ପରେ କେଉଁଠାରେ ରହିଥାନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଆଉ ସେଥିପାଇଁ ପୁଣି ଧାରଣାରେ ବସିଛନ୍ତି । ତପସ୍ୱିନୀଙ୍କ ପାଇଁ କେହି ସାହାଭରସା ନଥିବା ବେଳେ ତାଙ୍କର ଖାଇବା, ପିଇବା ପାଇଁ ବ୍ୟବସ୍ଥା ହେବ ବୋଲି ଆଶା କରିଥିଲେ ସେ । ହେଲେ ଶ୍ୱଶୁର ଘର ଲୋକଙ୍କ ଓକିଲ କେସ୍‌ ପାଇଁ ଆହୁରି ୧୫ ଦିନ ସମୟ ମାଗୁଥିଲେ । କିନ୍ତୁ ମାନ୍ୟବର ଏସଡିଏମ୍‌ ସୋମବାର ଯାଏ କେସ୍‌ ଘୁଞ୍ଚାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ସୁମିତ ସାହୁଙ୍କୁ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ ତପସ୍ୱିନୀ । ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ । ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି । ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ । ଆଉ ଗତାକଲଇ ଠାରୁ ପୁଣି ଧାରଣାରେ ବସିଛନ୍ତି ।