Advertisment

ଟ୍ରାଏଲ ରନ ସଫଳ ପରେ ଆକାଶ ପଥରେ ଯୋଡ଼ି ହେବ ସ୍ୱାଭିମାନ ଅଞ୍ଚଳ

ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । କିନ୍ତୁ ଆଜି ଆଉ ସେସବୁ କିଛି ନାହିଁ । ବିଚ୍ଛିନ୍ନାଞ୍ଚଳର ଚିହ୍ନବର୍ଣ୍ଣ ହଜି ସାରିଥିବା ବେଳେ, ଆଜିଠାରୁ ଆକାଶ ମାର୍ଗରେ ମଧ୍ୟ ଯୋଗାଯୋଗ ଆରମ୍ଭ ହେଉଛି ।

ଅଦ୍ୟତନ ହୋଇଛି
odisha Malkangiri Airport Inauguration

Airport

Advertisment

ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । କିନ୍ତୁ ଆଜି ଆଉ ସେସବୁ କିଛି ନାହିଁ । ବିଚ୍ଛିନ୍ନାଞ୍ଚଳର ଚିହ୍ନବର୍ଣ୍ଣ ହଜି ସାରିଥିବା ବେଳେ, ଆଜିଠାରୁ ଆକାଶ ମାର୍ଗରେ ମଧ୍ୟ ଯୋଗାଯୋଗ ଆରମ୍ଭ ହେଉଛି । ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତି ହେଇଛି । ବିମାନସେବା ଆରମ୍ଭ ପୂର୍ବରୁ ଗତ ୭ ତାରିଖରେ ଏୟାରପୋର୍ଟରେ ବିମାନ ଅବତରଣର ଟ୍ରାଏଲ ରନ୍ କରାଯାଇଥିଲା ।

ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ୭ଟି ସିଟ୍ ବିଶିଷ୍ଟ VT 100 ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲେ । ମାଓ ଇଲାକାରେ ବିମାନ ଉଡ଼ିବା ନେଇ ସାଧାରଣଲୋକଙ୍କ ମଧ୍ୟରେ ବି ବେଶ୍ ଉତ୍ସୁକତା ରହିଛି ।

Advertisment

ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି । ସୁରକ୍ଷା ଦୃଷ୍ଟିରୁ ବିମାନ ବନ୍ଦର ଚତୁଃପାର୍ଶ୍ୱରେ ପୋଲିସ ଛାଉଣୀ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ଟ୍ରାଏଲ ରନ ଗତ ରବିବାର ଦିନ ହୋଇଥିଲା, ଏହା ସଫଳ ହେବାରୁ ଆଜିଠାରୁ ବିମାନ ସେବା ଆରମ୍ଭ କରାଯାଉଛି ।

Airport Inauguration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ