• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅନ୍ତେବାସୀ ଛାତ୍ରାଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ଛlତ୍ର ଜଣକ ଖଜୁରୀପଡ଼ା ବ୍ଲକର ଚକାପଥର ଗାଁର ଯୁଗଳ କିଶୋର କହଁର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ନବୋଦୟ ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିଲେ । ହେଲେ ଗତକାଲି ବିଦ୍ୟାଳୟ ପାଚେରୀ ଆରପାରିରେ ଥିବା ନଦୀ କୂଳରୁ ହଷ୍ଟେଲର ହାଉସ ଟିଚର ତାଙ୍କ ମୃତ ଦେହ ତାଙ୍କ ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଯୁଗଳ କିଶୋର କହଁରଙ୍କୁ ତାଙ୍କ ସାଙ୍ଗମାନେ କିମ୍ବା ନବୋଦୟ ବିଦ୍ୟାଳୟର ଶିକ୍ଷକ ମାନେ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ବିଦ୍ୟାଳୟର ଶିକ୍ଷକ କହିଛନ୍ତି, ମୃତ ଛାତ୍ର ଜଣକ ତାର ଦୁଇଜଣ ସାଙ୍ଗ ସହିତ ମିଶି ବିଦ୍ୟାଳୟର ପାଚେରୀ ଡେ଼ଇଁ ନଦୀକୁ ଗାଧୋଇବା ପାଇଁ ଯାଇଥିଲା । ଏହାପରେ ନଦୀରେ ବୁଡ଼ି ସେ ଗୁରୁତର ହେବାରୁ ତାର ଦୁଇଜଣ ସାଙ୍ଗ ତାକୁ ନଦୀକୁଳକୁ ଟାଣି ଆଣିଥିଲେ । ହେଲେ ଚେତା ନଫେରିବାରୁ ଭୟରେ ଦୁଇ ସାଙ୍ଗ ତାକୁ ନଦୀ କୂଳରେ ଛାଡ଼ି ପଳାଇ ଆସିଥିଲେ । ହେଲେ ଏହି ଖବର ପାଇ ସେ ନିଜେ ନଦୀ କୂଳକୁ ଯାଇ ଛାତ୍ରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ।

ତେବେ ଏହି ମାମଲାରେ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।