Advertisment

ରିଟାୟାର୍ଡ ହେବାର ୧୭ ଦିନ ପୂର୍ବରୁ ଭିଜିଲାନ୍ସ ହାବୁଡରେ ADM

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Sundargarh

Sundargarh

ADMଙ୍କ ଘରେ ଭିଜିଲାନ୍ସ ରେଡ୍ । ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ଼୍ ବେଳେ ମିଳିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ବାଲିଅନ୍ତା ଓ ଖୋର୍ଦ୍ଧା ଜଟଣୀରେ ପ୍ଲଟ୍ ସହ ଜଗତସିଂହପୁରରେ ମଧ୍ୟ ପ୍ଲଟ ଠାବ କରିଛି । ଭିଜିଲାନ୍ସ ୧ କୋଟି ଟଙ୍କାର ଫିକ୍ଡ ଡିପୋଜିଟ ଥିବା ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ରେଡ ଜାରି ରଖିଛି ।

Advertisment

ଆଉ ୧୭ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ । ହେଲେ ପଡିଗଲେ ଭିଜିଲାନ୍ସ ହାବୁଡରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଅଫିସ, ସରକାରୀ ବାସଭବନ, ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ବାଲିଅନ୍ତା ନିକଟ ରୁଦ୍ରପୁରରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ୍ ସହ ଜଗତସିଂହପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଙ୍ଗରେ ଥିବା ସମ୍ପର୍କୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଛି ।

ଏହି ରେଡରେ ୮ ଜଣ ଡେପୁଟି ଏସପି, ୨ ଇନ୍ସପେର, ୫ ଜଣ ଏଏସ୍ଆଇ ସାମିଲ ହୋଇଛନ୍ତି । ବିଶ୍ୱଜିତ ମହାପାତ୍ର ଦୁଇ ବର୍ଷ ତଳେ ସୁନ୍ଦରଗଡ ଏଡିଏମ୍ ଭାବେ ଯୋଗ ଦେଇଥିଲେ । ତେବେ ତାଙ୍କ ନାଁରେ ଦୁର୍ନୀତି ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବିଶ୍ୱଜିତ ଏମସିଏଲ୍ କ୍ଲେମ୍ କମିଶନ୍ ଦାୟିତ୍ୱରେ ଥିବା ବେଳେ ଏମସିଏଲ୍ ବିସ୍ଥାପିତଙ୍କ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା ।

Advertisment
Vigilance Raid
Advertisment
Advertisment