/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652435409.jpg)
Suicide Attempt Of Family In Bhadrak
ନ୍ୟାୟ ପାଇଁ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ । ପ୍ରଥମେ ଭଦ୍ରକ ଟାଉନ୍ ଥାନା ଆଗରେ ଧାରଣା ଦେଇ କେହି ନଶୁଣିବାରୁ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଭଦ୍ରକ ଗବସାହିର ଅଗ୍ନି ବିପନ୍ନ ସୁଦର୍ଶନ ଦାସଙ୍କ ସମେତ ତାଙ୍କ ପରିବାର ।
ସୂଚନା ଅନୁସାରେ, ଗତ ମାସର ୧୪ ତାରିଖରେ ଭଦ୍ରକ ଗବସାହିର ସୁଦର୍ଶନ ଦାସଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା । ତାଙ୍କ ପଡୋଶୀ ଜାଣି ଶୁଣି ନିଆଁ ଲଗାଇଥିବା ଅଭିଯୋଗ କରିଥିଲେ । ଏପରିକି ପଡୋଶୀ ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ହେଲେ କେବଳ ଅଭିଯୋଗ ପରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ବରଂ ଆଜି ଟାଉନ ଥାନା ପୋଲିସ ଅଗ୍ନିବିପନ୍ନ ସୁଦର୍ଶନ ଦାସଙ୍କ ପରିବାରକୁ ଥାନାକୁ ଡାକି ତାଙ୍କ ପୁଅକୁ ଗିରଫ କରିଛି । ଯାହାକୁ ନେଇ ପ୍ରଥମେ ଟାଉନ ଥାନା ଆଗରେ, ପରେ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣାରେ ବସିଥିଲେ ସୁଦର୍ଶନଙ୍କ ପରିବାର । ଶେଷରେ ଗିରଫଦାରୀକୁ ବିରୋଧ କରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ।
ତେବେ ଘଟଣାରେ ଭଦ୍ରକ ପୋଲିସ ସୁଦର୍ଶନ ଦାସଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଅଟକ ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)